ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅମଠପୁର ପଞ୍ଚାୟତ ର ସାମାଜିକ କର୍ମୀ ଇଂ ସନ୍ଧ୍ୟାରାଣୀ ମଲ୍ଲିକ, ଶିକ୍ଷକ ଉତ୍ତମ କୁମାର ମଲ୍ଲିକ ଓ ଦୀପକ ମଲ୍ଲିକ ପ୍ରମୁଖ ବିଭିନ୍ନ ଛକ ବଜାରରେ ମାସ୍କ ପିନ୍ଧି ନଥିବା ଲୋକ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ।
ଓ ଯେଉଁମାନଙ୍କ ମାସ୍କ ନାହିଁ ସେହିମାନେ ଗାମୁଛା କିମ୍ବା ରୁମାଲ ବ୍ୟବହାର କରିପାରିବେ ବୋଲି କହିବା ସହ ଖାଦ୍ୟ ପୂର୍ବରୁ ଭଲ ଭାବରେ ସାବୁନ ରେ ହାତ ଧୋଇ ଖାଇବା ଦରକାର ଓ ସରକାରି ନିଆମ ଅନୁଯାଇ ସାମାଜିକ ଦୂରତ୍ୱ ରକ୍ଷା କରି ଚଳିଲେ ଆମେ କରୋନା ପରି ମହାମାରୀ ରୁ ରକ୍ଷା ପାଇଁ ପାରିବା ବୋଲି କହି ଲୋକମନଙ୍କୁ ସଚେତନତା କରାଉ ଥିଲେ । ଆଜି ମଧ୍ୟାହ୍ନରେ ବରୀ ରାମଚନ୍ଦ୍ର ପୁର ଥାନାରେ ପହଂଚି ଥାନା କର୍ମଚାରୀ ମାନଙ୍କୁ ମାସ୍କ, ସାନିଟାଇଜର ଓ ପାଣି ବୋତଲ ପ୍ରଦାନ କରିଥିଲେ । ଇଂ ମଲ୍ଲିକ ନିଜସ୍ଵ ଆୟରୁ ଏପରି କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି