Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ବିଭିନ୍ନ ବର୍ଗ,କୁନିଝିଅର ବଡ଼ ସହାୟତା

336 0

ଭୁବନେଶ୍ୱର: ତା ୧୬/୪ : କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ନିଜର ଅବଦାନ ପାଇଁ ଚେଷ୍ଟିତ ଅଛନ୍ତି । ପୂର୍ବରୁ ନିଜର ସଂଚୟ ବାକ୍ସ ଭାଙ୍ଗି ଅନେକ ପିଲା କରୋନା ସହାୟତା ପାଇଁ ଅର୍ଥଦାନ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ହସ୍ତରେ ଯାଜପୁର ରୋଡ଼ କହ୍ନେଇପୁରର କୁନିଝିଅ ସାଇତ୍ରୀଷ୍ଣା ସାହାଣୀ ନିଜର ସଂଚୟ ବାକ୍ସ ଭାଙ୍ଗି ୨୪ଶହ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଭଳି ସାଧୁ ଉଦ୍ୟମ ପାଇଁ ଜିଲ୍ଲାପାଳ ସାଇତ୍ରୀଷ୍ଣାକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ବ୍ୟାସନଗର ପୌର ପରିଷଦ ଠାରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ଓ ସାଇତ୍ରୀଷ୍ଣାଙ୍କ ପିତା ମାତା ଉପସ୍ଥିତ ଥିଲେ ।

ସେହିପରି ଭାବରେ ମୁକାବିଲା ପାଇଁ ବିଂଝାରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୫ହଜାର ୧ଶହଟଙ୍କା ପ୍ରଦାନ କରାଯାଇଛି । ଗୁରୁବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ସଂଘ ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ଏହି ଅର୍ଥର ଚେକ୍‌କୁ ପ୍ରଦାନ କରାଯାଇଥିଲା ଏହି ଅର୍ଥ ପ୍ରଦାନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସଂଘର ସଭାପତି ରବିନାରାୟଣ ମହାନ୍ତି, ସଂପାଦକ କ୍ଷୀରୋଦ ଚନ୍ଦ୍ର ମଲିକ, ଅକ୍ଷୟ କୁମାର ସାମଲ, ବୈଦ୍ୟନାଥ ପରିଡ଼ା, ମନୋରଂଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭା

Posted by - September 27, 2019 854
ଯାଜପୁର : (ଆନନ୍ଦ ଚଦ୍ର ସାହୁ)ଜିଲାପାଳ ରଂଜନ କୁମାର ଦାସଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରୁ ଏହି ପତାକା…

ପୌରନିର୍ବାଚନ ପରିଚାଳନା ତାଲିମ ଶିବିର

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍‌ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର…

ବସ୍ତା ବ୍ଲକରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

Posted by - October 24, 2021 0
ବସ୍ତା:(ପ୍ରଭାକର ମଲ୍ଲିକ )ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଓଡିଶା ସରକାରଙ୍କ ଦ୍ବାରା ଦଶମ ପର୍ଯ୍ୟାୟ ଭିନ୍ନକ୍ଷମ…

ନବରଙ୍ଗପୁର ରେ ଉଠାଜଳ ସେଚନ ଉପଖଣ୍ଡ ର ପ୍ରତିଷ୍ଠା ଦିବସ ପାଳିତ

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଓଡିଶା ଉଠାଜଳ ସେଚନ ନିଗମ ର 49 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଉଠାଜଳ ସେଚନ ଖଣ୍ଡ ରେ ପାଳିତ ହେଇଥିଲା! କୋଭିଡ…

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବି

Posted by - August 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତୋଫାନ ପରିଡ଼ା ଙ୍କ ନେତୃତ୍ବରେ ଏକ ଛାତ୍ର ଟିମ୍ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା…

Leave a comment

Your email address will not be published.