Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କରୋନା ଯୁଦ୍ଧରେ ଯାଜପୁରର ମହିଳା ଅଧିକାରୀ,ରାସ୍ତାକୁ ଓହ୍ଲେଇଛନ୍ତି ଲାଠିଧରି

571 0

ଭୁବନେଶ୍ୱର: ତା ୧୫/୪ : କରୋନା ଭଳି ଏକ ଅଦୃଶ୍ୟ ଅଥଚ ଶକ୍ତିଶାଳୀ ଶତ୍ରୃ ବିରୋଧରେ ସମଗ୍ର ବିଶ୍ୱ ଯୁଦ୍ଧ ଡାକରା ଦେଇଛି । ଯିଏ ଯେମିତି ପ୍ରକାରେ ଏହି ଯୁଦ୍ଧରେ ସାମିଲ ହୋଇ ପାରୁପର୍ଯ୍ୟନ୍ତ ଲାଗିପଡି଼ଛନ୍ତି ସଫଳତା ପାଇଁ । ସେଥିରୁ ବାଦ ପଡି଼ନାହାଁନ୍ତି ଜିଲ୍ଲାର ମହିଳା ଅଧିକାରୀ, କର୍ମଚାରୀମାନେ । ପୁରାଣ କହେ ମହିଷାସୁରକୁ ବଧ କରିବା ପାଇଁ ମା’ ଦୁର୍ଗାଙ୍କର ଶରଣ ନେଇଥିଲେ ଦେବତାମାନେ । ସେମିତି ଏହି ନାରୀ ଅଧିକାରୀମାନେ ରୋଷେଇଶାଳ, ଘରକାମ, ପିଲା ଓ ପରିବାର କାମ ଛାଡି଼, କଲମ ବଦଳରେ ଲାଠିଧରି କରୋନା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ଯଦି ଅନୁରୋଧ, ନିବେଦନ କଲେ ମଣିଷ ସୁଧୁରି ଯାଉଥାନ୍ତେ ତେବେ ଆମଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ନିବେଦନ ପରେ ଆଉ ଲାଠି ଦେଖିବାକୁ ପଡି଼ନଥାନ୍ତା ।

କିନ୍ତୁ କିଛି ଅମାନିଆ ଅନୁରୋଧ ବା ସଚେତନତାର ବାର୍ତାକୁ କଥାରେ ବୁଝନ୍ତିନି ତାଙ୍କୁ ଲାଠି ହିଁ ବୁଝାଏ । ବୁଝାଇ ଘରୁ ପଦାକୁ ଆସିବାକୁ ଦିଏନି । ଏମିତି ମହିଳା ଅଧିକାରୀମାନେ ରାସ୍ତାକୁ ଓହ୍ଲେଇଛନ୍ତି ଲାଠିଧରି । ଅଯଥା ଗାଡି଼ ଧରି ବୁଲିଲେ, ମାସ୍କ ନ ଲଗାଇଥିଲେ ସେମାନଙ୍କୁ ସାବାଡ଼ କରୁଛନ୍ତି ଏମାନେ । ଯାଜପୁରର ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ବିଂଝାରପୁର ବି.ଡି.ଓ. ମିନତୀ ଜଗଦବ ଓ ତହସିଲଦାର ଅସ୍ମିତା ଦାଶ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଧର୍ମଶାଳା ବି.ଡି.ଓ. ସ୍ମିତା ରଥ, କୋରେଇ ବି.ଡି.ଓ ସ୍ୱେତା ସ୍ମିଗ୍ଧା, ଟମକା ଥାନା ଆଇ.ଆଇ.ସି. ସଂଘମିତ୍ରା ନାୟକ, ଚଣ୍ଡିଖୋଲ ଟ୍ରାଫିକ ଇନିସ୍‌ପେକ୍ଟର ବିଜୟିନୀ ମଲ୍ଲ, ଇନିସ୍‌ପେକ୍ଟର ରୋଜାଲିନ୍ ଜେନା, ଲକ୍ଷ୍ମିପ୍ରିୟା ମୁଦୁଲି, ଦେଜାଲିନ୍ ଜେନା, ଭାଗ୍ୟଶ୍ରୀ ବେହେରା, କବିତା ନାୟକ, ହେମନ୍ତ ଦାସ, ସ୍ନେହଲତା ଗିରି, ପୁଷ୍ପଲତା ବେହେରା, କଳ୍ପଲତା ପ୍ରଧାନ, ମିନତୀ ବେହେରା, ଅନିତା ପ୍ରଧାନ, ଜିନିମା ସାମଲ, ରାଧିକା ବୁନ୍ଦା, ସଂଯୁକ୍ତା ପ୍ରଧାନ ।

ପ୍ରମୁଖ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ସକାଳଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମାନଙ୍କର ସଂଘର୍ଷକୁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଶଂସା କରିଛି । ଏମାନେ ରାତି ଦିନ ଖଟନ୍ତି । ସମାଜରେ ଶୃଙ୍ଖଳା ଓ କରୋନାରୁ ରକ୍ଷାପାଇଁ ଅମାନିଆଙ୍କୁ ସାବାଡ଼ କରନ୍ତି । ପ୍ରତ୍ୟେକଙ୍କର ଗୋଟିଏ ଲକ୍ଷ୍ୟ ଆମେ ଯେମିତି କରୋନାକୁ ହରେଇବା , କରୋନାକୁ ଦୂରେଇବା । ସେଥିପାଇଁ ଅଧିକ କଷ୍ଟ, ଅଧିକ ପରିଶ୍ରମ ଗ୍ରହଣୀୟ ।

Related Post

ବିଶ୍ଵ ଓଡ଼ିଶା ସମାଜ ଆନ୍ଧ୍ର ର ରାଜ୍ୟପାଳ ବିଶ୍ଵଭୂଷଣଙ୍କ ଦ୍ଵାରା ଉଦଘାଟିତ

Posted by - September 11, 2021 0
ଲସ୍ଏଞ୍ଜେଲେସ୍ / ଟରୋଣ୍ଟୋ/ ମଞ୍ଚେଷ୍ଟର/ ଦୁବାଇ/କାନବେରା/ ନୂଆଦିଲ୍ଲୀ/ ବିଜୟୱାଡା/ ଭୁବନେଶ୍ୱର/ କଟକ ,ତା ୧୦.୦୯ ବିଶ୍ଵ ଓଡ଼ିଶା ସମାଜ ( ବିଓସ) ବିଶ୍ଵ ଭରି ଓଡ଼ିଆ ମାନଙ୍କର…

ସାମ୍ବାଦିକଙ୍କ ମହାନତା, ହଜିଥିବା ଏକ ଦାମୀ ମୋବାଇଲକୁ ପାଇ ଫେରସ୍ତ କଲେ

Posted by - February 22, 2020 30
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ମାନବିକତାକୁ ମାରିଦିଅନ୍ତି।। ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି…

ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ବୌଦ୍ଧ ପ୍ରଶାସନ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବୌଦ୍ଧ…

ଆସୁଛି ପାର୍ବଣ,ନଦୀ ପଠା ରେ ହସୁଛି କାସତଣ୍ଡି

Posted by - September 22, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ପ୍ରକୃତିର ଏକ ବିଚିତ୍ର ସୃଷ୍ଟି।ପାର୍ବଣକୁ ସ୍ୱାଗତ କରିବାପାଇଁ ସଜେଇହେଲାଣି ପ୍ରକୃତିରାଣୀ।ଆଉ ଦିନ କେଇଟାପରେ ଆରମ୍ଭହେବ ଶାରଦୀୟ ଦୁର୍ଗାପୂଜା ।ମାଙ୍କ ଆଗମନରେ ପୁଲକିତ ଧରାଣୀରାଣୀ।ଶସ୍ୟଶ୍ୟାମଳା ଧରଣୀର…

ସାହାଯ୍ୟ ର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ

Posted by - January 7, 2020 0
ଯାଜପୁର:ସମାଜ ରେ ବହୁ ନିଷ୍ପେସିତ ମଣିଷ ଅଛନ୍ତି।ସେମାନଙ୍କ ପାଖରେ ସରକାରୀ ସ୍ତରରେ କୌଣସି ବ୍ୟକ୍ତି ପହଁଚିବା ବା କୋୖଣସି ସରକାରୀ ଯୋଜନା ପହଁଚିବା କଷ୍ଟକର ହୋଇଥିବା ବେଳେ…

There are 1 comments

Leave a comment

Your email address will not be published.