ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଚାରିଆଡ଼େ ଏବେ ବିଶ୍ୱ ମହାମାରୀ କରୋନାର ଭୟ, କିନ୍ତୁ ଏଭଳି ସମୟରେ ଭୟଭୀତ ନହୋଇ କରୋନା ମୂଳପୋଛ ଲଢେଇରେ ସାମିଲ ହେବାକୁ ସରକାର ଅନୁରୋଧ କରିଥିବା ବେଳେ ନିଜ ନିଜ ଭିତରେ ସାମାଜିକ ଦୂରତା କିପରି ରଖା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ଯ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଭଳି ପରିସ୍ଥିତିରେ ଯିଏ ନିଜ ଜୀବନ କୁ ବାଜିଲଗାଈ ଲୋକଙ୍କ ସେବା ଓ ଶୁରକ୍ଷା ପାଇଁ କାମ କରୁଛନ୍ତି ସେମାନେ ପ୍ରକୃତ ରେ ପ୍ରଶଂସନୀୟ। ଏହାର ଏକ ଜ୍ୱଳନ୍ତ ଉଡାହରଣ ଯାଜପୁର ଜିଲ୍ଲା ଅନ୍ତର୍ଗତ ସାନସୁଆର ପଞ୍ଚାୟତ ର କପାସି ଛକ ରେ ଥିବା କ୍ବାଲିଟି ପେଟ୍ରୋଲ ପମ୍ପ ର ମାଲିଜ ଶ୍ରୀ ପ୍ରଦୀପ୍ତ ମହାନ୍ତି ଙ୍କ ଠାରେ ।
ସେ ନିଜସ୍ୱ ଖର୍ଚ୍ଚ ରେ ଲୋକ ମାନଙ୍କୁ କୋରନା ରୁ ରକ୍ଷା ପାଇବା ପାଇଁ ସାବୁନ ଏବଂ ମାସ୍କ ବଣ୍ଟନ କରିଥିଲେ।ଲୋକ ମାନେ କିପରି ସାମାଜିକ ଦୂରତା ବଜାୟ ରଖିବେ ଏବଂ କିପରି ଅଧିକ କାର୍ଯ୍ୟ ନଥିଲେ ଘରେ ରହିବେ ସେକଥା ବୁଝାଇ ଥିଲେ। ମହାନ୍ତି ଙ୍କ ସହିତ ପୂର୍ବତନ ସରପଞ୍ଚ ଉତ୍କଳ ଦାସ,ସମାଜସେବୀ ମହେନ୍ଦ୍ର ବିଶ୍ୱାଳ,ଜଗବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ।