ଯାଜପୁର ରେ ଦୂତୀୟ ଆକ୍ରାନ୍ତ ଚିହ୍ନଟ ପରେ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

2343 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଜାଫରପୁର ପଂଚାୟତ ର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ଙ୍କ ସୂଚନା, ସାନ ତ୍ରିଲୋଚନ ପୁର ଏବଂ ସଇପୁର 3 ଗାଁକୁ 7 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲେ ଜିଲାପାଳ। ଯାଜପୁର ସଦର ଥାନା ଜାପଂରପୁର ପଂଚାୟତର ସାନ ତ୍ରିଲୋଚନପୁର ଗାଁରେ ଏହି ରୋଗୀ ଜଣକ ଚିହ୍ନଟ ହୋଇଛି ।

ରୋଗୀଙ୍କ ବୟସ ୬୬ ବୋଲି ସୂଚନା ମିଳିଛି । ସେ ଗତ ୨୮ ତାରିଖ କୋଲକାତାରୁ ଏକ ଟାଟା ମ୍ୟାଜିକ ଗାଡିରେ ପାଣିକୋଇଲି ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ସେ ସଠିପୁର ଦେଇ ନିଜ ଘରେ ପହଂଚିଥିଲେ । ସେ ଆସିବା ସମୟରେ ୭ରୁ ୮ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କ ଦେହରେ କୋରୋନା ରୋଗ ଲକ୍ଷଣ ଦେଖାଯିବାରୁ ସେ ପ୍ରାଥମିକ ଭାବେ ଚିକିତ୍ସିତ ହେଉଥିଲେ ।

ଗତକାଲି ବିଳମ୍ବିତ ରାତ୍ରିରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି । ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ପାଇଁ କଟକ ଅଶ୍ୱନୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଥିସହିତ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ ଆସନ୍ତା ୭ ଦିନ ପାଇଁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତି ସେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି ନିଜେ ହୋମ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲାପାଳ ପରାମର୍ଶ ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ୧ ନମ୍ବର ତାଲିକା ଶୀର୍ଷରେ ନବୀନ

Posted by - August 19, 2019 1,655
ଭୁବନେଶ୍ବର୧୮|୮: ବିରୋଧୀ ଦେଖିସହି ପାରୁନାହାନ୍ତି । ଏତିକିବେଳେ ପୁଣି ଘୋଷଣା ହେଲା ନବୀନ ନମ୍ବର ଓ୍ବାନ । ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ୧…

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ମମିତା ମେହେର ହତ୍ୟାକାଣ୍ଡ ଡିଆଇଜି ପ୍ରେସମିଟ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ଯାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୋଲିସ | ଏନେଇ ଆଜି ପୋଲିସ ଉପରେ ହେଉଥିବା…

ସମ୍ବଲପୁରରେ ବୀର ବିର୍ସା ମୁଣ୍ଡା ଜୟନ୍ତି

Posted by - November 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଦିବାସୀ ସମାଜର ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୬ ତମ ଜୟନ୍ତି ସମ୍ବଲପୁର ଠାରେ ପାଲିତ ହୋଇଯାଇଛି । ସମ୍ବଲପୁର ଅଇଁଠାପାଲି…

ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ମାଧ୍ୟମରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ…

Leave a comment

Your email address will not be published.