Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନିର୍ମାଣାଧୀନ ତୋରଣ ତଳେ ଯୁବକଙ୍କ ଗଲା ଜୀବନ

1672 0

ଯାଜପୁର :(ଆନନ୍ଦ ଚନ୍ଦ୍ରସାହୁ) ଯାଜପୁର ଟାଉନ ଥାନା ଅଧୀନ ବିରଜା ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନ ଏକ ନିର୍ମାଣାଧୀନ ତୋରଣ ଭୁଶୁଡ଼ି ପଡ଼ିବାରୁ ଭଗ୍ନାଂଶ ତଳେ ଚାପି ହେଇ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ବିରାଜ ବାହିନୀ ତରଫରୁ ରାସ୍ତା ରୋକ କରାଯାଇ ମୃତକ ପରିବାର ବର୍ଗ ଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରଯାଇଥିଲା।ପ୍ରଶାସନ ର ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଥିଲା।

ବିରଜା ମନ୍ଦିର ନିକଟରେ ମା’ଙ୍କ ବ୍ରହ୍ମାକୁଣ୍ଡ ନାମକ ଏକ ପୁଷ୍କରଣୀ ରହିଛି। ଯେଉଁ ଠା‌ରୁ ମାଙ୍କ ପୂଜା ସମୟରେ ଜଳ ଯାଇ ଯଜ୍ଞ ଓ ନାନାଦି କର୍ମ କରାଯାଇଥାଏ। କିଛି ଦିନ ତଳୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ପୁଷ୍କରଣୀର ପ୍ରବେଶ ପଥରେ ଏକ ପଥର ନିର୍ମିତ ତୋରଣ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ଏଠାର ସେଣ୍ଟ୍ରିଙ୍ଗ ‌ଖୋଲୁଥିଲେ। ହଠାତ୍ ତୋରଣଟି ଭୁଶୁଡ଼ି ପଡିଥିଲା। ଏଥିରେ ଶ୍ରମିକମାନେ ଆହତ ହୋଇ ନଥିଲେ ମଧ୍ୟ ନିକଟ ଦୋକାନରେ ବସି ଖବରକାଗଜ ପଢ଼ୁଥିବା ଦେବୀଦ୍ବାର ଅଞ୍ଚଳର ତୁଷାର ରଂଜନ କର (୩୫)ପଥର ମାଡ‌ରେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Facebook Notice for EU! You need to login to view and post FB Comments!

Related Post

କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ତରୁଣ କୁମାର ନନ୍ଦ

Posted by - April 3, 2020 1,641
ଯାଜପୁର:ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି ।ଏହି ପରିପ୍ରେକ୍ଷୀରେ ଯାଜପୁର ସହର ର…

ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

Posted by - December 31, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ପାନ୍ଥଶାଳା ପରିସରରେ ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ଏହି…

ବିଜୁ ପକ୍କାଘର ଯୋଜନାରେ ଘର ମରାମତି ପାଈଁ ସହାୟତା ପ୍ରଦାନ

Posted by - January 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତ କାଲି ଓଡିଶା ର ୩୧ ଲକ୍ଷ୍ୟ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ…

ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁରକୁ ପ୍ରଦାନ

Posted by - January 11, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା…

Leave a comment

Your email address will not be published.