ଭୁବନେଶ୍ବର ୨୩|୧୨:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ସ୍ବତନ୍ତ୍ର ବିମାନ ଯୋଗେ ସପରିବାର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ରାତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେଲଙ୍ଗାନା ନିର୍ବାଚନ ପୂର୍ବରୁ ଅନେକ ଆଂଚଳିକ ଦଳର ନେତାଙ୍କୁ ଭେଟି ଫେଡେରାଲ୍ ଫ୍ରଣ୍ଟ ଅଭିଯାନ ଆରମ୍ଭ କରିଥିଲେ କେସିଆର୍। ଏମିତିକି ବିଧାନସଭା ନିର୍ବାଚନ ପରେ ପରେ ଆଗାମୀ ସାଧାରଣ ନିର୍ବାଚନରେ TRS ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି KCR କହିଥିଲେ।
ଖାସ୍ ସେଥିପାଇଁ କେସିଆର୍‌ଙ୍କ ଏହି ଗସ୍ତ ଓ ନବୀନଙ୍କ ସହ ସାକ୍ଷାତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି। କେସିଆର ରାଓ ଆଜି ନବୀନ ନିବାସରେ ରାତ୍ରିଯାପନ କରି ଆସନ୍ତା କାଲି ପୁରୀ ଦର୍ଶନ ରେ ଯିବାର କାର୍ଯ୍ୟକ୍ରମ ଅଛି।