Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ,‘ପିଠା’ ପରେ ‘କାଳିଆ’

7477 253

ଭୁବନେଶ୍ବର:-ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେଲେ ରାଜ୍ୟ ସରକାର । କାଳିଆ ଯୋଜନା ନାଁରେ କୃଷକଙ୍କ ପାଇଁ ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । କିଭଳି ଏବଂ କେଉଁମାନେ କାଳିଆ ଯୋଜନାରେ ଉପକୃତ ହେବେ ତାର ସ୍ପଷ୍ଟ ରୂପରେଖ ବି ପ୍ରସ୍ତୁତ ହୋଇଛି । ଏନେଇ ବସିଥିବା କ୍ୟାବିନେଟ୍ ବୈଠକରେ ମୋହର ବାଜିଛି ।ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି କେଂଗ୍ରସ ଓ ବିେଜପି ଶାସିତ ରାଜ୍ୟମାନେ ଚାଷୀଙ୍କ ଋଣ ଛା଼ଡ କରୁଥିବାବେଳେ ଏ ସଂକ୍ରାନ୍ତ ଚାପକୁ ଏଡ଼ାଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ବିକଳ୍ପ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଅଳ୍ପ କିଛି ଚାଷୀଙ୍କୁ ଥରୁଟିଏ ଋଣଛାଡ଼ କରି ରାଜ୍ୟର ଅର୍ଥନୀତିକୁ ଢେର୍ ବର୍ଷ ଯାଏ ବିପର୍ଯ୍ୟୟ ମୁହଁକୁ ଠେଲି ଦେବା ବଦଳରେ କୃଷକର ଜୀବନ ଜୀବିକା ବୃଦ୍ଧି ପାଇଁ ସହାୟତା ତଥା ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ୧୦ ହଜାର େକାଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନା ଘୋଷଣା କରିଛନ୍ତି।

ଚାଷୀ, ଭାଗ ଚାଷୀ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଯୋଜନାରେ ସହାୟତା ମିଳିବ। ଏ ଯୋଜନାରେ ପ୍ରତି ବର୍ଷ ଚାଷୀ ପରିବାରକୁ ଖରିଫ ଋତୁ ପାଇଁ ୫ ହଜାର ଓ ରବି ଋତୁ ପାଇଁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।ଏହି ଟଙ୍କାରେ ବିହନ, ସାର, କୀଟନାଶକ ଆଦି କିଣି ପାରିବ। ସେହିଭଳି ଚାଷ ଜମି ନଥିବା କୃଷକଙ୍କୁ ଛେଳି, ବତକ ପାଳନ, ମାଛ ଚାଷ ପାଇଁ ବି ସହାୟତା ମିଳିବ। ଏ ଯୋଜନାରେ ପରିବାର ପିଛା ୧୨, ୫୦୦ ଟଙ୍କା ସହାୟତା ମିଳିବ। ସେହିଭଳି ଭୂମିହୀନ ଶ୍ରମିକ ଓ ସାମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ଚାଷ ଓ ଜୀବିକା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ। ଏଥିପାଇଁ ପଞ୍ଚାୟତ ମାଧ୍ୟମରେ ହିତାଧୀକାରୀ ଚୟନ କରାଯିବ।ମୁଖ୍ୟମନ୍ତ୍ରୀ କ୍ୟାବିେନଟ୍ ନିଷ୍ପତ୍ତି ଶୁଣାଉଥିବା ବେଳେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସୂଚନା ଏବଂ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିେଲ।

Related Post

ମଳିକ ପଡା ମଣ୍ଡି କାର୍ଯ୍ୟକ୍ଷମ ନହେଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ

Posted by - July 27, 2023 0
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ସେବା ସମିତିର ମଲ୍ଲିକ ପଡା ମଣ୍ଡି ରେ ନିର୍ଭର କରୁଥିବା ଚାଷୀ ଆଜି ପର୍ଯ୍ୟନ୍ତ ଚଳିତ…

ଦୁର୍ଘଟଣାରେ ବାଇକ ପୁଡ଼ାପଦର ଗ୍ରାମର କୈଳାସ ବାଗଙ୍କ ମୃତ୍ୟୁ- ଥାନା ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା

Posted by - May 23, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରବିବାର ଦିନ ଲୁଥୁରବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚି ବାକୁ…

ପୁଣି ଜନନୀ ଯନ୍ତ୍ରଣା,ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ

Posted by - July 10, 2023 0
ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା,ଡ୍ରାଇଭର କୁ ଚାରି ଆଡେ଼ ପ୍ରଶଂସା  ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତର ଜିମାରାଓ…

ଇନୋଭା ଗାଡ଼ି ଧକ୍କା ରେ ଦୁଇ ଛାତ୍ର ମୃତ, ଦୁଇ ଛାତ୍ର ଗୁରୁତର

Posted by - March 23, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସରଧାପାଲି ବିଦ୍ୟାଳୟ ନିକଟରେ ଘଟିଛି ଅଘଟଣ l ଇନୋଭା ଗାଡ଼ି ଧକ୍କା ରେ ଦୁଇ ଛାତ୍ର ମୃତ, ଦୁଇ…

ଏଇଓଡ଼ିଶା ରେ ଖବର ପ୍ରସାରଣ ପରେ ପୁଣି ଥରେ ନିର୍ମାଣ ହେଲା ରାସ୍ତା। ଅଧିକ୍ଷଣ ଯନ୍ତ୍ରୀଙ୍କ ଚେତାବନୀ କାମ ଦେଲା

Posted by - November 24, 2023 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ରୁ ବଲାଙ୍ଗିର ଯିବା ଏମଡିଆର ୪୦ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିଲା। କାର୍ଯ୍ୟର ମାନ ଅତି ନିମ୍ନ ମାନର ଅଭିଯୋଗ କରିଥିଲେ…

Leave a comment

Your email address will not be published.