Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ପ୍ରସ୍ତୁତ

717 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଜାରକା ସ୍ଥିତ ଭୂମିକା ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ପାଇଁ ଜିଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସେହିପରି ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ଜିଲାପାଳ କଳିଙ୍ଗ ନଗର ଗସ୍ତରେ ଯାଇ ଟାଟା ମେଡିକା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସେଠାରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଚାଲିଥିବା ତାଲିମ ଶିବିରରେ ଯୋଗ ଦେଇ କରୋନା ମୁକାବିଲା ପାଇଁ ଦିଗଦର୍ଶନ ଦେଇଛନ୍ତି ।

ଯଦି ଜିଲ୍ଲାରେ କୌଣସି କରୋନା ରୋଗୀ ଦେଖାଯାଆନ୍ତି ସେମାନଙ୍କୁ ଏହି ସବୁ ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଏହି ଗ୍ରସ୍ତ ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସଂନ୍ତୋଷ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଏବଂ ଟାଟାର ଜେନେରାଲ ମ୍ୟାନେଜର ରମା ରଞ୍ଜନ ଶତପଥୀ ଏବଂ ଟାଟା ମେଡିକା ର ଅଧିକ୍ଷକ ଡ଼ା ସୁଧାଂଶୁ ଶେଖର ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

Facebook Notice for EU! You need to login to view and post FB Comments!

Related Post

ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

Posted by - November 11, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହୁତି ଉଦ୍ୟମ କରୁଥିବା ସମୟରେ ପୋଲିସ କାବୁ କରି ଉକ୍ତ…

‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି: ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ

Posted by - March 3, 2019 899
ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ୍‌ କ୍ୟାମ୍ପସ୍‌, ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍‌ ସେତୁ, ସୁକଦେଈପୁର-ଡିହକରଣ୍ଡା…

ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ୍‌ ପୁଲିସ୍‌ ନଧରିଲେ ବି ଦେବାକୁ ପଡ଼ିବ ଜରିମାନା

Posted by - November 30, 2019 0
ଭୁବନେଶ୍ୱର ୩୦।୧୧ –   କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ନିୟମ କୋହଳ ଅବଧି…

ଯାଜପୁର ପରିସ୍ଥିତି ଗମ୍ଭୀର, ୭୦୦ କଲିକତା ଫେରନ୍ତା,କିଛି ସଂକ୍ରମିତ ଯାଜପୁରରେ ଚିକିତ୍ସିତ ମଧ୍ୟ ହେଉଥିଲେ

Posted by - April 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି…

Leave a comment

Your email address will not be published.