ଯାଜପୁର: ଯାଜପୁର ସହର ସନ୍ନିକଟ ଲଲିତେଶ୍ୱର୍ ନଗରରେ କିଛି ଆଦିବାସୀ ପରିବାର ରହୁଛନ୍ତି। ସେମାନେ ଦେଶର ଏହି ଘଡି ସନ୍ଧି ମୁହୂର୍ତ୍ତରେ ବହୁ ଅସୁବିଧାରେ ଥିବାର ଖବର ପାଇଥିଲେ ଯାଜପୁର ର ସ୍ବେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ପରିବାରର କିଛି ଉଦୀୟମାନ ଯୁବ ସମାଜସେବୀ, ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ଉପଯୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ସଂକଳ୍ପ ନେଇ ଆଜି ଯାଇ ପହଞ୍ଚି ଥିଲେ ସେମାନଙ୍କ ପାଖରେ।
ସେମାନଙ୍କୁ ସଂଗଠନ ତରଫରୁ ଚୁଡା, ମୁଢି, ଗୁଡ଼ ଚାଉଳ, ଆଳୁ, ପିଆଜ ଓ ତେଲ ସାମଗ୍ରୀ ମାନ ପ୍ରଦାନ କରା ଯାଇଥିଲା