ଭୁବନେଶ୍ୱର:କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବାବେଳେ ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍ଚାର୍ଜ କରାଯାଇଛି।ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ,ପ୍ରଥମ ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନରୁ ଡିସ୍ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ବିଭାଗ କ୍ୟାପିଟାଲ୍ ହସ୍ପିଟାଲ୍ ଡାକ୍ତରୀ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ଜଣକ ଇଟାଲିରୁ ଦିଲ୍ଲୀ ଓ ସେଠାରୁ ଭୁବନେଶ୍ୱର ଫେରିଥିଲେ। ହେଲେ ସେ କ୍ୱାରେଣ୍ଟାଇନ୍ରେ ନ ଥିଲେ। ପରେ ତାଙ୍କର କରୋନା ପଜିଟିଭ ଆସିଥିଲା। ମାର୍ଚ୍ଚ ୧୬ରେ ତାଙ୍କୁ କରୋନା ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।
ସେପଟେ ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।ଏହାପରେ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ଦିଲ୍ଲୀରୁ ଫେରିଥିବା ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରନ୍ତା କି ନାହିଁ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଉଛି।
6th COVID positive case of the State detected in Cuttack with recent travel history to Delhi.
— H & FW Dept Odisha (@HFWOdisha) April 3, 2020