ଶ୍ରମିକଙ୍କୁ ନେଇ ଯାଉଥିବା ଅମ୍ବୁଲାନ୍ସ ୨ଟି ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

432 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଏବେ ରୋଗୀ ସେବାରେ ଆମ୍ବୁଲାନ୍ସ ନୁହେଁ, ଶ୍ରମିକଙ୍କୁ ଭଡାରେ ନେଇ ଯାଉଛି ଆମ୍ବୁଲାନ୍ସ । ଏଭଳି ପୃଥକ ଘଟଣାରେ ୨ଟି ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କଟକରୁ ଏକ ଆମ୍ବୁଲାନ୍ସ ୧୬ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଂଚଳକୁ ଯିବା ସମୟରେ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଧର୍ମଶାଳା ମେଡିକାଲରେ ଭର୍ତି କରିବା ପରେ ଘଟଣା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ କଟକ ସ୍ଥାନାନ୍ତର ହୋଇଥିବା ବେଳେ ୧୨ଜଣ ଶ୍ରମିକଙ୍କୁ ଜାରକା ସ୍କୁଲରେ ଥିବା ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ।

ଏହି ଶ୍ରମିକମାନଙ୍କୁ ୪୩ହଜାର ଟଙ୍କାରେ ଭଡା ସୂତ୍ରରେ ନେଇ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଚୁକ୍ତି କରିଥିଲେ । ସେହିପରି ଅନ୍ୟଏକ ଘଟଣାରେ ଆଉ ଏକ ପୋଲିସ ଯାଂଚ ସମୟରେ ଧରାପଡିଛି । ଏହି ଆମ୍ବୁଲାନ୍ସ ୪ଜଣ ଲୋକଙ୍କୁ ନେଇ ଭଦ୍ରକରୁ ଫେରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଉଭୟ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରାଯିବା ସହ ଜାତୀୟ ରାଜପଥରେ କଡାକଡି ଯାଂଚ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ। ତେବେ ଲକ ଡାଉନ ସମୟରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଭଡା ଅଧିକା ପାଇବା ଆଶାରେ ଏଭଳି କାଣ୍ଡ ଭିଆଉଥିବା ସାମନାକୁ ଆସିଛି ।

Facebook Notice for EU! You need to login to view and post FB Comments!

Related Post

ସୁନ୍ଦରପୁରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - August 4, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୁନ୍ଦରପୁର ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲାପାଳ ରଂଜନ କୁମାର…

ଯାଜପୁର ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ବାର୍ଷିକ ଉତ୍ସବ

Posted by - May 28, 2019 0
ଯାଜପୁର ବ୍ଲକ ଅନ୍ତର୍ଗତ ବାଣପୁର ଠାରେ ଥିବା ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୈାତମବୁଦ୍ଦ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି ।…

ହିନ୍ଦୁ ଧର୍ମକୁ ପ୍ରତ୍ୟା ବର୍ତ୍ତନ କଲେ ଏକ ପରିବାରର ଛଅ ଜଣ, ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ବାଗତ

Posted by - May 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁ ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଟେଲେନପାଲି ଶାଖା ସଭାପତି…

ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ଶ୍ରେଣୀଗୃହ ଉଦଘାଟନ, ବୃକ୍ଷ ରୋପଣ, ଓ 5 ଟି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ

Posted by - August 7, 2021 0
ବୌଦ୍ଧ(ଚିତ୍ତରଞ୍ଜନସିଂ) କଣ୍ଟାମାଲ ବିଧାୟକ ମହିଧର ରଣା, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଜି କଣ୍ଟାମାଲ ବ୍ଲକ ନୂଆଁପାଲି ଉଛ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ରେ ନିର୍ମିତ…

ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ

Posted by - November 22, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ଦେଖା ଦେଇଛି ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତି ରେ 34 ଟିକିଆ ହାତୀପଲ…

Leave a comment

Your email address will not be published.