ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଲୋକେ କିନ୍ତୁ ଆମିଷ ଦ୍ରବ୍ୟ ପାଇଁ ଭୟଙ୍କର ଭିଡ ଲଗାଉ ଥିବା ଦେଖିବାକୁ ମିଳିଥିଲା ବରୀ ବଜରରେ । ସରକାର ଙ୍କ ତରଫରୁ କରାଯାଇଥିବା ସମଦୂରତାଙ୍କୁ ଲୋମାନେ ମାନିବା ପାଇଁ ନାରାଜ । ତାହାର ଏକ ଜ୍ୱାଳନ୍ତ ଉଦାହରଣ ବରୀ ର ମାଛ ବଜାରରେ ଦେଖିବାକୁ ମିଳିଛି । ଲୋକମାନେ ମାଛ ମାଂସ ପାଇଁ ଯେଉଁ ଭଳିଭାବେ ଭିଡ଼ ଲଗାଉଛନ୍ତି ସତେ ଯେମିତି ସେମାନଂକୁ କରୋନା ର ଭୟ ନଥିଲା ଭଳି ଦେଖା ଦେଇଛି ।
ଆଜି ସକାଳେ ବରୀ ମାଉଣ୍ଟ ମାଛ ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ମାଛ ନେବା ପାଇଁ ବଜାରରେ ପ୍ରବଳ ଭିଡ ଲାଗାଇଥିଲେ । ସୋସିଆଲ ଡିଷ୍ଟାସ ବା ସମାଦୁରତ ପାଇଁ ସରକାର ତରଫରୁ ଯେତେପ୍ରକାର ସେଚେତନ କରାଉଥିଲେ ମଧ୍ୟ ଲୋକ ମାନେ ସଚେତନ ହେଉଥିବା ଦେଖା ଯାଇଥିଲା ଏହି ବଜାର ରେ । ଏହାକୁ ନେଇ ବରୀର ବୁଦ୍ଧିଜିବୀ ମନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।