ଭୁବନେଶ୍ବର ୨୭।୩:ଓଡ଼ିଶା କୋଭିଡ୍-୧୯ର ଦ୍ବିତୀୟ ଷ୍ଟେଜରୁ ତୃତୀୟ ଷ୍ଟେଜକୁ ଯିବାର ଆଶଙ୍କା ଦେଖା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି,‘ଆଗାମୀ ୨ରୁ ୩ ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ, ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ । ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀରୁ ଫେରିଥିଲେ । ମାର୍ଚ୍ଚ ୧୩ ତାରିଖରେ ସେ ଅସୁସ୍ଥତା କାରଣରୁ ପ୍ରଥମେ ଅସୁସ୍ଥତା ଅନୁଭବ କରିଥିଲେ । ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ରେ ଭର୍ତ୍ତି ହୋଇଥିଲେ । ୨୪ ତାରିଖରେ ଡାସଚାର୍ଜ ହୋଇଥିଲେ । ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ।
’ପୂବର୍ରୁ ବିଦେଶରୁ ଆସୁଥିବା ଲୋକଙ୍କଠାରୁ ସଂକ୍ରମଣ ହେଉଥିଲା, ହେଲେ ଏବେ ଦିଲ୍ଲୀ ଓ ହରିଆଣାରୁ ଆସୁଥିବା ଲୋକଙ୍କଠାରୁ ସଂକ୍ରମଣର ଆଶଙ୍କା ଅଧିକ ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ, ଝିଅ ଏବଂ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସଂପୃକ୍ତ ୩ଜଣଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ଆସିଥିବା ଇଣ୍ଡିଗୋ ବିମାନ, କର କ୍ଲିନିକ୍, ବିଧାନସଭା ଡିସପେନସରୀ ଯାଇଥିବା ଲୋକେ ଘରେ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ତୃତୀୟ ସଂକ୍ରମଣଙ୍କ ଦ୍ବାରା ସାମାଜିକ ସଂକ୍ରମଣ ବଢିବା ଆଶଙ୍କା ରହିଛି ।