ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଜପୁର ଏସ ପି ଚରଣ ସିଂ ମିନା ରାସ୍ତା କୁ ଓଲ୍ହାଇଛନ୍ତି।
ଆଜି ସନ୍ଧ୍ୟା ରେ ନିଜେ ଏସ ପି ଯାଜପୁର ଟାଉନ ର ବିଭିନ୍ନ ସ୍ଥାନରେ ରହି ଅଯଥା ରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଆଇନ କୁ ଉଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ଚେତାବନୀ ଦେଇଛନ୍ତି।
Facebook Notice for EU!
You need to login to view and post FB Comments!