କୋରୋନା ପାଇଁ ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ।

707 43

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗ ଦେଇ କୋରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ ।

ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଂଚଳରେ ଜନସାଧାରଣଙ୍କୁ କୋରୋନା ର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତି ହୋଇଥିଲା । ଯାଜପୁର ଜିଲାରେ ବର୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣ ଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ହୋମ କ୍ୱାରାନଟାଂଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଜିଲାର ୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା କିନ୍ତୁ ଉଭୟ ରିପୋର୍ଟ ନେଗେଟିଭ ବାହାରିଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନକୁ ଭାଂଗୁଥିବା ଅଭିଯୋଗରେ ବର୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରପଂ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Related Post

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଓମ ଭ୍ୟାଲି ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଗ୍ରୀନ ଇଣ୍ଡିଆ ବିଚାରଧାରାକୁ ଆଖି ଆଗରେ ରଖି ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସଭାପତି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ଓମ ଭ୍ୟାଲି ସ୍କୁଲ…

ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ତୃତୀୟ ଲାଇନ କାମ ବନ୍ଦ କଲେ ଗ୍ରାମବାସୀ

Posted by - January 6, 2022 0
ଅମ୍ବାଦଳା:(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ଅମ୍ବାଦଳା ପ୍ଲାଟଫର୍ମ ରେ ରେଳ ରହଣି ନିମନ୍ତେ ହେଉ କିମ୍ୱା ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ବିଭିନ୍ନ ସମୟରେ ମନ୍ତ୍ରୀ ନେତାଙ୍କ…

ସମ୍ଭାବନା, ଆକାଂକ୍ଷା ଏବଂ ନବସୃଜନର ବନ୍ଧୁମିଳନ

Posted by - October 16, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ହିନ୍ଦୁ ସଂକୃତି,ପରମ୍ପରା ଓ ଦିନ୍ଦୁତ୍ୱ ର ବିକାଶ ଦିଗରେ ଆଜି ଦେଖିବାକୁ ମିଳିଛି ମହାମିଳନ!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକସ୍ଥ…

ଟିଟିଲାଗଡ ହେଲୋ କିଡସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - January 13, 2023 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡର ପ୍ରଥମ ପ୍ଲେ ସ୍କୁଲ ହେଉଛି ହେଲୋ କିଡସ। ଦୀର୍ଘ ବର୍ଷ ଧରି ଏହି ପ୍ଲେ ସ୍କୁଲରେ ସହରର କୁନି କୁନି ଛାତ୍ର…

Leave a comment

Your email address will not be published.