୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ

299 3

ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀଙ୍କୁ ନିବେଦନ କରିଛନ୍ତି।ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ସେଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।ଏହାର ମୁକାବିଲା ପାଇଁ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ହେଲା ସଂକଳ୍ପ ଓ ଦ୍ୱିତୀୟରେ ସଂଯମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସଂକ୍ରମଣଠାରୁ ଦୂରେଇ ରହିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ। ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଯିବାକୁ ମୋଦି କହିଛନ୍ତି। ୨୨ ତାରିଖ ଜନତା କର୍ଫ୍ୟୁ ଦିନ ଯେଉଁମାନଙ୍କର ଅତି ଜରୁରୀ କାର୍ଯ୍ୟ ଥିବ, ସେଇମାନେ ହିଁ ବାହାରକୁ ଯାଇପାରିବେ। କିନ୍ତୁ ଅନ୍ୟମାନେ ନିଜକୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିବା ସହ ଏବେଠାରୁ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି। ପ୍ରତ୍ୟେକ ଫୋନ୍‌ ମାଧ୍ୟମରେ ୧୦ ଜଣଙ୍କୁ ଏ ସମ୍ପର୍କରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

କରୋନା ବିରୋଧରେ ଲଢ଼େଇ ପାଇଁ ଏହା ଏକ ପ୍ରସ୍ତୁତି। ଆଜିର ପରିସ୍ଥିତିରେ ଦେଶ ପାଇଁ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ରେଳ କର୍ମଚାରୀ, ହୋମ୍‌ ଡେଲିଭରି କରୁଥିବା ଲୋକ, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।ଏହାସହ ଜରୁରୀ ଜିନିଷ ଅତ୍ୟଧିକ ମହଜୁଦ ନରଖି ଆବଶ୍ୟକତା ଅନୁସାରେ ରଖନ୍ତୁ। ବର୍ତ୍ତମାନ ସ୍ଥିତିରେ ସାରା ଦେଶବାସୀ ଏକାଠି ହୋଇ ଲଢିବାକୁ ଆହ୍ୱାନ ସେ ଦେଇଥିଲେ। ବିଶ୍ୱ ମହାସଙ୍କଟରେ ମଣିଷ ଜିତୁ ଓ ଭାରତ ଜିତୁ ବୋଲି ମୋଦି କହିଥିଲେ।

Related Post

ଚାଚା ନେହୁରୁଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିଲା ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 14, 2021 0
ବୌଦ୍ଧ :(ସମରେଶ ମିଶ୍ର )ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ଆଇନ ସେଲ କାର୍ଯ୍ୟାଳୟ…

ଅରାବଳ ପଂଚାୟତ ର ୩ଟି ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ

Posted by - February 20, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତ ର 15,16 ଓ 17 ନମ୍ବର ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତ ର ସରପଞ୍ଚ…

ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀକୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରିଚାଳନା ବିଭାଗର ଅଧିକାରୀ

Posted by - February 12, 2022 0
ନବରଙ୍ଗପୁର;(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଯଥା ଚାନ୍ଦାହାଣ୍ଡି ବ୍ଲକ ରେ ଥିବା ସାଲେବିଡ଼ି, ନବରଙ୍ଗପୁର ବ୍ଲକ ର…

There are 3 comments

  1. My friend just did something insane.

    I’ll explain what in a second, but first let me explain the context:

    My friend created a system that has already helped his students generate $87,831,489
    online.

    Just click here to grab your copy! >>> https://bit.ly/358N0nr

  2. it is important to be united for the economy of our country and to develop it so that we can and will have peace of mine for the earth thank you
    children should not hurt that they should be aware of what is right and wrong not to be in pain as we love them and give them the value
    카지노사이트

  3. When I’m young I’m lazy I’m studying I do not care to my parents so now I’m great I’ve learned that it’s really important that you’re learning while you’re young you learn how to improve your life
    respecting older ones is a good job as a child because respect is the one who will be able to live in life
    온라인카지노

Leave a comment

Your email address will not be published.