ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି । ଯାହାର ପ୍ରତ୍ୟାହାର ଦାବି କରି କଳିଂଗନଗର ନୀଳାଚଳ ବଂଚାଅ ମିଳିତ ମଂଚ ପକ୍ଷରୁ ଆନ୍ଦେଳନ ଚାଲୁ ରହିଛି । ଆନ୍ଦୋଳନ ୬୫ ଦିନ ପହଁଚିଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଇ ନୀଳାଚଳ ଇସ୍ପାତ ନିଗମକୁ ବିକ୍ରି କରିବାପାଇଁ ମସୁଧା ଚଳାଇଛନ୍ତି । ଏହା ଯାଜପୁର ଜିଲାରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ୱର୍ଗତ ବିଜୁ ପଟନାୟକ ନୀଳାଚଳ ଇସ୍ପାତ ନିଗମ କୁ ପ୍ରତିଷ୍ଠା କରିଥିଲେ । ତାଂକର ସ୍ୱପ୍ନକୁ ସାକାର କରିବାପାଇଁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନଦେଇ କେନ୍ଦ୍ର ସରକାରଂକ ସହ ହାତ ମିଳାଇଛନ୍ତି । ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମିଳିତ ମଂଚ ପକ୍ଷରୁ ଆଜି ନୀଳାଚଳ ଇସ୍ପାତ ନିଗମ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନୀଳାଚଳ ବଂଚାଅ ରଂଜନ ନାୟକ ଅଧ୍ୟକ୍ଷତା କରିଥିଲେ । ଆଇଏନଟିୟୁସିର ଜିଲା ସଭାପତି ବିଦ୍ୟାଧର ମହାନ୍ତି , ସିପିଏମ ନେତା ପ୍ରଫୁଲ୍ଲ ନାୟକ, ସିପିଆଇ ନେତା ଚନ୍ଦ୍ରମଣି ପାତ୍ର , ପରମାନନ୍ଦ ସେଠୀ ଓ ନୀଳାଚଳ ଇସ୍ପାତ କାରଖାନାର ବାବୁଲି ର୍ପୂି ପ୍ରମୁଖ ବହୁ ଶ୍ରମିକ ନେତା ଏହି ସଭାରେ ଉପସ୍ଥିତ ରହି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଂକର ନୀଳାଚଳ କାରଖାନାର ପୁଂଜି ପ୍ରତ୍ୟାହାର ଓ ଘରୋଇ କରଣକୁ ବିରୋଧ କରିଛନ୍ତି ।
ଆସନ୍ତା ୧୬ ତାରିଖରେ ମିଳିତ ମଂଚ ପକ୍ଷରୁ ବିଧାନସଭା ଘେରାଉ କରାଯିବା ସଂଗେ ସମଗ୍ର ଜିଲାରେ ନୀଳାଚଳ ଘରୋଇ କରଣ ଓ ପୁଂଜିପ୍ରତ୍ୟାହାର ବିରୁଦ୍ଧରେ ପଥପ୍ରାନ୍ତ ସଭା କରାଯିବ । ଦରକାର ପଡ଼ିଲେ ଶିଳ୍ପାଳରେ ଅର୍ଥନୈତିକ ଅବରୋଧ କରାଯିବ । ନୀଳାଚଳ ଇସ୍ପାତ ନିଗମରେ ଥିବା ଲିଜ୍ ମିଳିଥିବା କୋଇଡ଼ା ଲୁହାଖଣିକୁ ଖନନ କରି ସେଠାରୁ କଂଚା ମାଲ୍ ଆଣି ନୀଳାଚଳ ଇସ୍ପାତକୁ ଚଲାଇବା ରାଜ୍ୟସରକାରଂକର ଖଣୀ ନିଗମ, ନିଳାଚଳ ଇସ୍ପାତ ନିଗମକୁ ନିଜ ହାତରେ ରଖି ଚାଲୁ କରିବା ପାଇଁ ଆଇଏନଟିୟୁସି ଜିଲା ସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି । କଳିଂଗ ନଗର ଶିଳ୍ପାଳରେ ଗୋଟି ଗୋଟି କରି ଶିଳ୍ପ ବନ୍ଦ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଂକର ପରାମର୍ଶଦାତା ପାଣ୍ଡିଆନ୍ ଏଥିପାଇଁ ଦାୟୀ ବୋଲି ଶ୍ରୀ ମହାନ୍ତି ଶ୍ରୀ ନାୟକ ତାଂକ ଭାଷଣରେ କହିଥିଲେ । ନୀଳାଳଚ ଇସ୍ପାତ ନିଗମକୁ ଘରୋଇ କରଣ କରାଯିବ ନାହିଁ ଯଦି ରକାର ଘରୋଇ କରଣ କରନ୍ତି ଆଗାମୀ ଦିନରେ ଦ୍ୱିତୀୟ କଳିଂନଗନର ସୃଷ୍ଟି ହେବ ବୋଲି ସେମାନେ ମତ ଦେଇଛନ୍ତି ।