ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ,୪ଟି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

256 0

ଭୁବନେଶ୍ବର:28/02 ଲୋକସେବା ଭବନର ସମ୍ମେଳନ କକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଛନ୍ତି। ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଥିବାରୁ ସ୍ପେଶାଲ ଫୋକସ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ,ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦେଇଛନ୍ତି । ଏହି ପରିଷଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ରହିଛନ୍ତି । ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେଇ ନାହାଁନ୍ତି । ହେମନ୍ତଙ୍କ ବଦଳରେ ଝାଡଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ବର ଓରାନ ବୈଠକରେ ଯୋଗ ଦେଇଛନ୍ତି ।ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ। କାରଣ କେନ୍ଦ୍ର ତାଲିକାରେ ଏହି ସବୁ ପ୍ରସଙ୍ଗ ଆସୁଥିଲେ ଥିଲେ ମଧ୍ୟ ପୂର୍ବାଞ୍ଚଳ ପଛରେ ରହିଛି ।

ଏହି ତିନିଟି କ୍ଷେତ୍ରରେ ପୂର୍ବାଞ୍ଚଳ ଦେଶର ଅନ୍ୟ ଅଞ୍ଚଳଠାରୁ ଢ଼େର ପଛରେ ରହିଛି। ସେହିପରି ଦେଶର ଖଣିଜ ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ହୋଇଥିବା ହେତୁ ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଫଳ ବିନିଯୋଗ ହେଉ ବୋଲି ସେ କହିଛନ୍ତି। ୨୦୧୨ରୁ କୋଇଲା ରୟାଲ୍‌ଟି ଦର ପୁନଃ ନିର୍ଦ୍ଧାରିତ ହୋଇନଥିବା ହେତୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ ଏବଂ ସବୁର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା ହେବା ଉଚିତ୍ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ।ଏସବୁ ବ୍ୟତୀତ କୋଇଲା ଉତ୍ତୋଳନ କ୍ଷେତ୍ରରେ ଅଧିକ ରୟାଲଟି ଦେବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୨ ପରଠାରୁ କୋଇଲା ରୟାଲଟି ବ୍ୟବସ୍ଥାରେ ସଂଶୋଧନ ହୋଇନାହିଁ। ଏହା ସଂଶୋଧନ ହେବା ଅବଶ୍ୟକ ବୋଲି ଦାବିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ସମସ୍ତ ଦାବି ସହ ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣାରେ ସବ୍‌ସିଡି ନ ଦେବା, ରେଲ୍‌ୱେ ପ୍ରକଳ୍ପର ବିକାଶ ଇତ୍ୟାଦିର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Facebook Notice for EU! You need to login to view and post FB Comments!

Related Post

ଯୁବ ସମାଜସେବୀ ଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ

Posted by - October 19, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲାବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତ ବିରିପାଲିଆ ଗ୍ରାମ ର ଦୀପକ କୁମାର ପଣ୍ଡିତ (25)-ପିତା ,ରବିନ୍ଦ୍ର କୁମାର ପଣ୍ଡିତ, ସେ ନିଜର…

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଜରାଜିର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

Posted by - May 27, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ )ବାରଣ୍ତାରେ କୋମଳମତି ଶିଶୁ ମାନେ ପାଠ ପଢ଼ନ୍ତି।ମହାମାରୀ କରୋନା ପାଇଁ ଏବେ ପାଠ ପଢା ହେଇ ପାରୁ ନାହିଁ।କେନ୍ଦ୍ର ତଥା ରାଜ୍ୟ ସରକାର…

ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଦୁର୍ନୀତି ପ୍ରତିବାଦ ରେ ଅହୋରାତ୍ର ଗଣ ଧାରଣା

Posted by - January 28, 2021 0
ନୀଳଗିରି :(୨୭/୦୧/୨୦୨୧) ନୀଳଗିରି ବ୍ଲକ ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମହା ଦୁର୍ନୀତି, ପ୍ରତିବାଦ ରେ ବ୍ଲକ ସମ୍ମୁଖ ଗେଟ୍ ନିକଟରେ, ଗଣ ଧାରଣା ଜାରି ରହିଛି।…

ବିନାସୂଚନା ଫଲକରେ ଚାଲିଛି ତୁରେକେଲା ସରକାରୀ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର

Posted by - April 7, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଇଲାକା ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ଠାରେ ଥିବା ସରକାରୀ ଆୟୁର୍ବେଦକ ଚିକିତ୍ସା ପାଇଁ ଆସିଥିବା ଅତିରିକ୍ତ…

ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

Posted by - March 24, 2019 353
ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ…

Leave a comment

Your email address will not be published.