ଓଡ଼ିଶାରେ ଲଢ଼ିବ ଟିଡିପି : ୫୨ ବିଧାନସଭା, ୫ ଲୋକସଭା ଆସନ ଚୂଡ଼ାନ୍ତ,ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଚାଲିଛି ସର୍ଭେ

1023 2

କୋରାପୁଟ : ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବ। ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଏଠାରୁ ପ୍ରାର୍ଥୀ ଦେଇ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍‌ ହେବ। ଏଥିନେଇ ଦଳ ପକ୍ଷରୁ ପ୍ରାଥମିକ ସର୍ଭେ ଚାଲିଛି। ଏଥିରୁ ୫୨ଟି ବିଧାନସଭା ଓ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଦଳ ଚୂଡ଼ାନ୍ତ କରିଥିବା ଦଳର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ରା ସୂଚନା ଦେଇଛନ୍ତି।

ପଡ଼ୋଶୀ ଆନ୍ଧ୍ରରେ ଟିଡିପି ସରକାରରେ ଥିଲାବେଳେ ଏହାର ସଭାପତି ଚନ୍ଦ୍ରବାବୁ ନାଇଡୁ ଜାତୀୟ ରାଜନୀତି ଉପରେ ଆଖି ପକାଇଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଉପରେ ନଜର ପକାଇଛି ଦଳ। ବିଶେଷକରି ଅବିଭକ୍ତ କୋରାପୁଟ ଓ ଗଂଜାମରେ ତେଲଗୁ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଂଚଳକୁ ଦଳ ଫୋକସ୍‌ରେ ରଖିଛି। ତେଣୁ ଆନ୍ଧ୍ରର ଯେଉଁଭଳି ବିକାଶ ହୋଇଛି ସେହିକଥା କହି ଓଡ଼ିଶାର ଭୋଟରଙ୍କ ନିକଟକୁ ଦଳ ଯିବ ବୋଲି ନିଷ୍ପତ୍ତି ନେଇଛି। ଏ ସଂପର୍କରେ ଦଳର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ରା କହିଛନ୍ତି ଯେ, ଓଡ଼ିଶାର ଲୋକ ବିକାଶ ଚାହୁଁଛନ୍ତି। ତେଣୁ ଟିଡିପି ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ ସାରା ସର୍ଭେ କରାଯାଉଛି। ତେଲଗୁ ଭାଷାଭାଷୀ ଅଂଚଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏବେ ସୁଦ୍ଧା ୫୨ଟି ବିଧାନସଭା ଓ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼ିବା ଚୂଡ଼ାନ୍ତ ହୋଇଛି। ବାକି ଆସନ ଗୁଡିକରେ ସର୍ଭେ ରିପୋର୍ଟ ପରେ ନିଷ୍ପତ୍ତି ନିଆଯିବ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, ଆସ୍କା ସମେତ ଏକ ଉପକୂଳ ଜିଲ୍ଲାରେ ଦଳ ଲୋକସଭା ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବା ରାଜେଶ କହିଛନ୍ତି। ଅବିଭକ୍ତ କୋରାପୁଟକୁ ଟିଡିପି ଅଧିକ ଫୋକସ୍‌ରେ ରଖିଥିଲାବେଳେ ଖୁବଶୀଘ୍ର ଦଳର ସଭାପତି ଏଥିନେଇ ଘୋଷଣା କରିବେ। ଏଠାରେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି। ବିକାଶକୁ ପ୍ରାଥମିକତା ଦେଉଥିବା ସ୍ବଚ୍ଛ ଭାବମୂର୍ତ୍ତିର ଲୋକଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସେ କହିଛନ୍ତି।
ଓଡ଼ିଶାରେ ଟିଡିପି ଲଢ଼ିବାକୁ ଘୋଷଣା କରିବା ପରେ ଏହାର ପ୍ରଭାବ କୋରାପୁଟ ରାଜନୀତିରେ ପଡ଼ିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। କାରଣ ଏଠାରେ ବହୁ ତେଲଗୁ ଭାଷାଭାଷୀ ଲୋକ ରହୁଛନ୍ତି। ତେଲଗୁ ଲୋକମାନେ ଟିଡିପି ଆଡ଼କୁ ଆକୃଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନେଇ ଜିଲ୍ଲାରେ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି

Related Post

ରସଲପୁରରେ ବିଜେଡିର ମିଶ୍ରଣପର୍ବ

Posted by - October 22, 2021 0
ବାଲେଶ୍ୱର:(ପ୍ରଭାକର ମଲ୍ଲିକ)ସଦର ବ୍ଲକ ଅନ୍ତର୍ଗତ ରସଲପୁର ପଞ୍ଚାୟତରେ ଆଜି ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସ୍ୱରୂପ ଦାସ ଏଥିରେ ପୌରହିତ୍ୟ କରିଥିଲେ।ମୁଖ୍ୟମନ୍ତ୍ରୀ  ନବୀନ…

ବିରୋଧୀଙ୍କୁ ନିପାତ କରି ମୁକୁଟ ପିନ୍ଧାଇବେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

Posted by - January 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଞ୍ଚାୟତ ନିର୍ବାଚନରେ ସମସ୍ତ ଦଳ ନିଜ ନିଜର ରଣକୌଶଳ ତଥା କ୍ଷମତା କେନ୍ଦ୍ରରେ ନିଜର ପ୍ରାର୍ଥୀଙ୍କୁ ବିଜୟ କରି ବିଭିନ୍ନ ପଦପଦବୀରେ ବସାଇବା ପାଇଁ…

ରାମଗଡ ପଞ୍ଚାୟତ ରେ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଅପ୍ରତିଦ୍ବନ୍ଦି ସମିତିସଭ୍ୟ

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏଵେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସରଗରମ ଥିବା ବେଳେ ବ୍ଲକ ର ରାମଗଡ ପଂଚାୟତ ରେ…

ହିସାବ ଟା ଭୁଲ ହୋଇଗଲା । ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି-ଦାମୋଦର ରାଉତ

Posted by - May 25, 2019 838
ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ…

ଭୁବନେଶ୍ବର ରେ ଗରଜିଲେ ମୋଦୀ

Posted by - April 17, 2019 2
ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ…

There are 2 comments

Leave a comment

Your email address will not be published.