ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ ଆଉ କେତେକ ପରିକ୍ଷାର୍ଥୀ ପରିକ୍ଷା ଦେବାରୁ ବଂଚିତ ହୋଇଛନ୍ତି । ଯାଜପୁର ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ ହୋଇଛନ୍ତି ।ଗତକାଲି ସୁଦ୍ଧା ଆଡମିଟ୍ କାର୍ଡ ନଆସିବା ଯୋଗୁଁ ଆଜି ପରିକ୍ଷା ଦେବାରୁ ବଂଚିତ ହୋଇଛନ୍ତି ପରିକ୍ଷାର୍ଥୀ । ଯାହାପଂଳରେ ଗଭିର ମାନସିକ ଚିନ୍ତାରେ ପରିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ । ସେପଟେ ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି ।
ଆଜି ଠାରୁ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ମାଟ୍ରିକ ପରିକ୍ଷା । ସାରା ରାଜ୍ୟରେ ଆଜି ମାଟ୍ରିକ ପରିକ୍ଷା ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ବିଦ୍ୟାଳୟ କର୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ପରିକ୍ଷାର୍ଥୀ ପରିକ୍ଷା ଦେବାରୁ ବଂଚିତ ହୋଇଥିବା ଜଣାପଡିଛି । ଯାଜପୁର ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲ କର୍ତୁପକ୍ଷଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଦୁଇ ଜଣ ଛାତ୍ର ସୌମ୍ୟ ରଂଜନ ମହାନ୍ତି ଏବଂ ସୌମ୍ୟ ରଂଜନ ବାରିକ ପରିକ୍ଷା ଦେବାରୁ ବଂଚିତ ହୋଇଛନ୍ତି ।
ଗତକାଲି ସୁଦ୍ଧା କୌଣସି ଆଡମିଟ୍ କାର୍ଡ ନ ଆସିବାରୁ ପରିକ୍ଷା ଦେବାରୁ ବଂଚିତ ହେବା ପଂଳରେ ଗଭିର ମାନସିକ ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ପରିକ୍ଷା ପୂର୍ବରୁ ପଂର୍ମ ପୁରଣ ପାଇଁ ନିର୍ଦ୍ଧାରିତ ପିଂ ବିଦ୍ୟାଳୟରେ ଜମା କରିଥିଲେ ହେଁ ଆଡମିଟ୍ କାର୍ଡ ଆସିନାହିଁ । ଏଥିପାଇଁ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି ପରିକ୍ଷାର୍ଥୀ ଏବଂ ଅଭିଭାବକ ।
ବିଦ୍ୟାଳୟରେ ମାଟ୍ରିକ ପରିକ୍ଷା ପାଇଁ ଆବଶ୍ୟକ ପିଂ ଜମା କରାଯାଇଥିବା ବେଳେ କାହିଁକି ଓ କିପରି ପରିକ୍ଷାର୍ଥୀଙ୍କର ଆଡମିଟ୍ କାର୍ଡ ଆସିନଥିଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ପରିକ୍ଷାର୍ଥୀଙ୍କ ପରିବାର ଲୋକେ । ଆଡମିଟ୍ କାର୍ଡ ସଂପର୍କରେ ବିଦ୍ୟାଳୟ କର୍ତୁପକ୍ଷ ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ମିଛ ପ୍ରତିଶୃତି ଦେଇ ପରିକ୍ଷାର୍ଥୀଙ୍କୁ ଭଣ୍ଡେଇ ଚାଲିଥିଲେ । ଏ ନେଇ ପରିକ୍ଷାର୍ଥୀଙ୍କ ପରିବାର ପକ୍ଷରୁ ମଂଗଳପୁର ଥାନା ଏବଂ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ତୁରନ୍ତ ବିଦ୍ୟାଳୟ କର୍ତୁପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି । ସେପଟେ ଏଭଳି ଅଭିଯୋଗ ସଂପର୍କରେ ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି ।
ମାଟ୍ରିକ୍ ପରିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପରିକ୍ଷାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଗଲେ ପରିକ୍ଷାରୁ ବଂଚିତ ହୋଇଥିବା ପରିକ୍ଷାର୍ଥୀ ନ୍ୟାୟ ପାଇପାରନ୍ତେ ବୋଲି ମତପ୍ରକାଶ ପାଇଛି ।ଯାଜପୁର ଜିଲାର ୧୪୫ଟି ପରିକ୍ଷା କେନ୍ଦ୍ରରେ ୨୭ହଜାର ୨୫୦ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ଆଜି ସକାଳ ୯ଟାରେ ପରିକ୍ଷା କେନ୍ଦ୍ର ଗେଟ ଖୋଲିବା ପରେ ପରିକ୍ଷାର୍ଥୀ ମାନେ ଧାଡିବାନ୍ଧି ପରିକ୍ଷାକେନ୍ଦ୍ରକୁ ଯାଇଥିଲେ । ଗତକାଲି ଠାରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରିକ୍ଷାକେନ୍ଦ୍ରରେ ପହଂଚିସାରିଛି । ଶୃଙ୍ଖଳିତ ପରିକ୍ଷା ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ବିଭିନ୍ନ ପରିକ୍ଷା କେନ୍ଦ୍ରକୁ ଯାଇ ପରିକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେ । ପରିକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ସହିତ ଟଏଲେଟ୍ ବ୍ୟବସ୍ଥାର ଯାଂଚ ମଧ୍ୟ କରିଥିଲେ । ଆଜି ପ୍ରଥମେ ମାତୃଭାଷା ପରିକ୍ଷା ଥିବା ବେଳେ ଏଥିପାଇଁ ପରିକ୍ଷାର୍ଥୀ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଥିବା ସୂଚନା ଦେଇଥିଲେ ।
Die meisten dieser Facetten genießen ein entscheidender Position in Mastering der
effektivste Poker-Strategie bis bekommen.