ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ତଳା ଶାଖାରୁ ଦୁର୍ବୁତ୍ତଙ୍କ ଚୋରୀ ଉଦ୍ୟମ।

269 0

ଅନୁଗୋଳ:(ମହେଶ ଭୋମରାଜ)ବନ୍ତଳା ଥାନା ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଚୋରି ଉଦ୍ୟମ କରିଥିବା ଜଣାପଡିଛି। ଚୋର ଚୋରୀ ନ କରି କେବଳ କମ୍ପ୍ୟୁଟର ହାର୍ଡଡିସ୍କ ଚୋରୀ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ୟାଙ୍କର କୋଣସି ତାଲା ନ ଭାଙ୍ଗି ଭିତରେ ପଶି ବ୍ୟାଙ୍କ ପରିଚାଳକ ଙ୍କ ଅଫିସ ତାଲା ଭାଙ୍ଗି ଜିନିଷ ପତ୍ର ଫୋପାଡ଼ିବା ସହ ହାର୍ଡଡିସ୍କ ଚୋରି କରି ନେଇଛି। ସକାଳ ୯.୩୦ଘଟିକା ସମୟରେ ବ୍ୟାଙ୍କ ପିଅନ ବିରବର ଦେହୁରୀ ପହଁଚିବା ପରେ ତାଲା ଖୋଲି ଭିତରକୁ ପଶିଥିଲେ, ପଶିବା ପରେ ଦେଖିବାକୁ ପାଇଥିଲେ କି ଶାଖା ପରିଚାଳକଙ୍କ ଅଫିସର ତାଲା ଭଙ୍ଗା ଯାଇଛି। ଉକ୍ତ ଘଟଣା ସମ୍ପର୍କରେ ବ୍ୟାଙ୍କ ପରିଚାଳକ ବଜରଙ୍ଗୀ ମିସ୍ତ୍ରୀ ଜାଣିବା ପରେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନା ପ୍ରବେଶନ ଏସପି ସୌରଭ ଓତ୍ତା ,ଏ ଏସ ଆଇ ପ୍ରମୋଦ ନାଏକ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କୁ ଜଣାଇଥିଲେ।

ଘଟଣା ସ୍ଥଳରେ ଅନୁଗୋଳ ଏସପି ଜଗମୋହନ ମୀନା, ସିଡିପିଓ ଅଶ୍ୱିନୀ କୁମାର ସାହୁ, ଅନୁଗୋଳ ସ୍ପେଶାଲ ସ୍କ୍ୱାର୍ଡ ଦୀନକୃଷ୍ଣ ମିଶ୍ର, ସାଇଣ୍ଟଫିକ ଟିମ ବନବାସୀ ପ୍ରଧାନ, ଅଜୟ ସାହୁ, ଦେବେନ୍ଦ୍ର ବାରିକ ଙ୍କ ସହିତ ଡଗ ସ୍କ୍ୱାର୍ଡ କନେଷ୍ଟବଳ ଶଶୀଭୂଷଣ ପଣ୍ଡା, ବିଶେଶ୍ୱର ନାଏକ ପହଞ୍ଚି ତଦନ୍ତ କରିବା ସହ ବ୍ୟାଙ୍କ କର୍ମଚାରୀ ଙ୍କୁ ପଚରାଉଚୁରା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବ୍ୟାଙ୍କ ଚାବି ସବ ଷ୍ଟାଫ ଯିଏକି ଜଣେ କଣ୍ଟ୍ରାକ୍ଟଚୁଆଲ କର୍ମଚାରୀ ସୁଶାନ୍ତ ସାହୁଙ୍କୁ ଦିଆଯାଇଥିଲା। ସୁଶାନ୍ତ ଆଜି ବନ୍ଧୁ ଘରକୁ ଯାଇଥିବାରୁ ବ୍ୟାଙ୍କ ସମ୍ମୁଖରେ ଥିବା ଦୋକାନରୁ ଚାବି ଆଣିଥିଲେ ବିରବର ଦେହୁରୀ। ତେବେ ଚାବି କିପରି ଅନ୍ୟ ମାନଙ୍କୁ ଦିଆଯାଉଛି ବୋଲି ଶାଖା ପରିଚାଳକଙ୍କୁ ଏସପି ତାଗିଦ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ନାବାଳିକା କୁ ଦୁଷ୍କର୍ମ ଘଟଣା,ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ସହିତ ୧ ଲକ୍ଷ ଜରିମାନା

Posted by - December 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ 1 ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ…

ପୁରୁଣାକଟକ ରେଂଜ୍ ଅଂଚଳରୁ ବିପୁଳ ପରିମାଣର ସମ୍ୱର ମାଂସ ଜବତ, ଜଣେ ଗିରଫ

Posted by - July 17, 2021 0
ବୌଦ୍ଧ ୧୭/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା   ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉ କରି ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଥିବା…

ଲୋକନାଥ ରଣା ନିଖୋଜ ମାମଲା,ସତହେଲା ଆଶଙ୍କା, ଭାଇ ହେଲା ଭଗାରୀ

Posted by - October 1, 2021 0
ବୌଦ୍ଧ,(ଚିତ୍ତରଂଜନ ସିଂ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ନିଖୋଜ ମାମଲାର ଅନ୍ତ ହୋଇଛି ।…

ଚୋର ମଦ ଚାଲାଣ ବେଳେ ୧୬୦ ଲିଟର ଦେଶୀ ମଦ ଜବତ. ଜଣେ ବ୍ୟକ୍ତିଙ୍କୁ ଅଟକ

Posted by - June 13, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧନୀ ଉପକଂଣ୍ଠ ବାରଙ୍ଗ ଅଂଚଳରେ ଚୋର ମଦ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତି ସହିତ ଏକ ଅଟୋ କୁ ଜବତ କରିଛି…

Leave a comment

Your email address will not be published.