ମୟୁରଭଞ:13/02 (ସୀତାରାମ ଦୀକ୍ଷିତ) ନୃଶଂସ ସାଜିଲା ସ୍ୱାମୀ।ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏଭଳି ଘଟଣା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ଅନ୍ତର୍ଗତ ବାଢ଼ୁଣିଆ ଗାଁ ର କଲୋନିସାହିରେ ଦେଖିବାକୁ ମିଳିଛି। ପାରିବାରିକ କଳହରୁ ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ ।
ଘଟଣାରୁ ପ୍ରକାଶଯେ, ମାଇନ ମାହାଲି ( ୪୫) ଓ ଗୋରା ମାହାଲି ( ୫ ୫) ସ୍ଵାମୀ-ସ୍ତ୍ରୀ ଉଭୟ ବାଢୁଣିଆ ଗାଁର କଲୋନିସାହିର ଏକ ଭଙ୍ଗା ପରିତ୍ୟକ୍ତ ଘରେ ଅତି ଦୟନିୟ ଅବସ୍ଥାରେ ରହୁଥଲେ । ନିଜସ୍ଵ ଗୃହ ନଥୁବା, ଓ ନିଜର ଚଳଣି ପାଇଁ ଆର୍ଥିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥୁଲା |
ସବୁଦିନ ପରି ମଙ୍ଗଳବାର ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହେଇଥିଲା। ଏଥିରେ ଗୋରା ମହାଳି ଉତ୍ୟକ୍ତ ହେଇ ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହି ମାଈନଙ୍କ ମୃତ୍ୟୁ ଘଟିଥିଲା।ବୁଧୁବାର ସଖାଳୁ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବିଶୋଇ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠେଇ ଦେଇଛି।ଅଭିଯୁକ୍ତ ଗୋରା ମାହାଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତେବେ ବିଶୋଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲେଇଛି।
смотреть онлайн сериал «Мисс Марвел» Сериал Мисс Марвел 1 сезон 1,2 серия LostFilm смотреть Сериал: Мисс Марвел