Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ କବାଡି ପ୍ରତିଯୋଗୀତା ଉଦଯାପିତ

526 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା । ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚାମ୍ପିଆନ ହୋଇଥିଲା । ଚଳିତ ବର୍ଷ ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ । ଉଦଯାପନି ସଂଧ୍ୟାରେ ଅତିଥି ମାନେ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରପିଂ ସହିତ ନଗଦ ରାଶି ପ୍ରଦାନ କରିଥିଲେ ।

ଯାଜପୁର ବାଳାଶ୍ରମ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକି କବାଡି ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ପୁରୁଷ ବିଭାଗର ପାଂଇନାଲ ମ୍ୟାଚରେ ଯାଜପୁରକୁ ପରାସ୍ତ କରି କଟକ ଦଳ ଚାମ୍ପିଆନ ହୋଇଥିଲା । ସେହିପରି ମହିଳା ବିଭାଗରେ ଯାଜପୁର ଟାଉନ ଦଳକୁ ପରାସ୍ତ କରି କୁଆଖିଆ ଦଳ ଚାମ୍ପିଆନ ହୋଇଥିଲା । ଉଭୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚର ଶେଷ ମୁହୁର୍ତ ପର୍ଯ୍ୟନ୍ତ ଉପସ୍ଥିତ ଦର୍ଶକ ଖେଳର ମଜା ଉଠାଇଥିଲେ । ମ୍ୟାଚର ଆୟୋଜନ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ ଖେଳାଳୀ । ଗ୍ରାମାଚଂଳରେ କବାଡି ଖେଳର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଠାରୁ ଏଭଳି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗୀତା ଆୟୋଜନ କରୁଛି ମା ବିରଜା ୟୁଥ୍ କ୍ଲବ । ଚଳିତ ବର୍ଷ ଭୁବନେଶ୍ୱର,ପିପିଲି,ଢ଼େଙ୍କାନାଳ,ଭଦ୍ରକ ସମେତ ବିଭିନ୍ନ ଜିଲାରୁ ଉଭୟ ବର୍ଗର ୧୬ ଦଳ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଭୟ ବିଭାଗର ଚାମ୍ପିଆନ ଓ ରନର୍ସ ଅପ ଦଳକୁ ନଗଦ ଅର୍ଥ ସହିତ ଟ୍ରପିଂ ପ୍ରଦାନ କରାଯାଇଥିଲା । ଗ୍ରାମାଂଚଳରେ ଏଭଳି ପ୍ରତିଯୋଗୀତା ଆୟୋଜନ ହେଲେ ଅଧିକରୁ ଅଧିକ କବାଡି ଖେଳାଳୀ ବାହାରି ପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ବତନ ପୌରଉପାଧ୍ୟକ୍ଷ ସନ୍ତୋଷ ମଲିକ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ଦଶରଥପୁର ବ୍ଲକ ଅଧ୍ୟକ୍ଷ ସୁଜାତା ସାହୁ, ବଟକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁରସ୍କାର ବିତରଣ ଅବସରରେ ଶ୍ରେଷ୍ଠ ରାଡାର,କ୍ୟାଚର,ଶୃଙ୍ଖଳିତ ଦଳ ଭାବେ ମଧ୍ୟ ବିଭିନ୍ନ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା ।

Facebook Notice for EU! You need to login to view and post FB Comments!

Related Post

୯ ତମ ଖପ୍ରାଖୋଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Posted by - March 3, 2022 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ୯ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି । ଖପ୍ରାଖୋଲ…

ରାଜ୍ୟସ୍ତରୀୟ ମା ଭୈରବୀ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୧ ପାଇଁ ପ୍ରସ୍ତୁତି ବୈଠକ

Posted by - November 22, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲାର ସମ୍ମାନ ଜନକ ମା ଭୈରବୀ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ 2021 ପାଇଁ ସ୍ଥାନୀୟ…

ତୃତୀୟ ରୂପଧରନାଗ ଫୁଟବଲ ସ୍ମାରକୀୟ ଟୁର୍ଣ୍ଣାମେଣ୍ଟ ଉଦ୍ଧଯାପିତ,-ଧର୍ମଗଡ଼ ବିଜୟ

Posted by - November 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜ଼ୀଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ଗାଁ ସୋମବାର ସାପ୍ତାହିକ ବଜାର ନିକଟ ଖେଳ ପଡିଆରେ ଜିଲ୍ଲାସ୍ତରିୟ ତୃତୀୟ ରୁପଧର ନାଗ ସ୍ମ।ରକିୟ…

ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍

Posted by - November 28, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ, ତୃତୀୟ ଦିବସରେ କଣ୍ଟାବାଞ୍ଜି ବିଜୟୀ

Posted by - November 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟତ ର ରୋୟାଲ ଡାଇମଣ୍ଡ ଯୁବକ ସଂଘ ତରଫରୁ ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣ।ମେଣ୍ଟ…

Leave a comment

Your email address will not be published.