ଭୁବନେଶ୍ୱର : ୨୦୨୦ର ରେଳ ବଜେଟରେ ଓଡ଼ିଶା ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାକୁ ମିଶାଇ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସମ୍ବଲପୁରରରୁ ଫୁଲବାଣୀ ଦେଇ ଗୋପାଳପୁରକୁ ହେବ ରେଳ ପଥ । ୨୪୧ କିଲୋମିଟରର ଏହି ରେଳ ପଥ ପାଇଁ କେନ୍ଦ୍ର ସରକାର ୨ ହଜାର ୯୯୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଇଷ୍ଟକୋଷ୍ଟ ରେଲୱେକୁ ମିଳିବ ୫ ହଜାର ୮୬୫ କୋଟି ।
ଇଷ୍ଟକୋଷ୍ଟ ଜୋନ୍ ଭିତରେ ଓଡ଼ିଶାକୁ ମିଳିବ ୪ ହଜାର ୩୭୩ କୋଟି ।ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ଲାଇନ ପାଇଁ ୫୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଅନୁଗୁଳ-ସୁକିନ୍ଦା ରୋଡ୍ ନୂଆ ଲାଇନ ପାଇଁ ୪୫୦ କୋଟି । ହରିଦାସପୁର-ପାରାଦୀପ ଲାଇନ ପାଇଁ ୧୦୦ କୋଟି । ଏହି ବର୍ଷ ମାର୍ଚ୍ଚ ସୁଦ୍ଧା ହରିଦାସପୁର-ପାରାଦୀପ ଲାଇନରେ ରେଳ ଚଳାଚଳ ଆରମ୍ଭ ହେବ i ତାଳଚେର-ବିମଳାଗଡ଼ ଲାଇନ୍ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ସମ୍ବଲପୁର-ତାଳଚେର ଦୋହରୀକରଣ ପାଇଁ ୨୯୨ କୋଟି , ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପାଇଁ ୩୮୨ କୋଟି । ଭଦ୍ରକ-ନିର୍ଗୁଣ୍ଡି ଦୋହରୀକରଣ ପାଇଁ ୧୦୨ କୋଟି । ଜଗଦଲପୁର-କୋରାପୁଟ ଦୋହରୀକରଣ ପାଇଁ ୧୩୦ କୋଟି । ଝାରସୁଗୁଡ଼ା-ବିଳାସପୁର ଦୋହରୀକରଣ ପାଇଁ ୨୮୦ କୋଟି ଏବଂ ରାଉରକେଲା-ଝାରସୁଗୁଡ଼ା ଦୋହରୀକରଣ ପାଇଁ ୧୭୦ କୋଟି ବ୍ୟୟବରାଦ ହୋଇଛି ।