Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି

438 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି । ବିଜେପି ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ଯ୍ୟକର୍ତା ମଲ୍ଲିକାପୁର ପଂଚାୟତର ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆଇଏଏସ ସୁଦର୍ଶନ ନାୟକ ସାମିଲ ହୋଇ କିଭଳି ଏହି ଆଇନ ଦ୍ୱାରା ଭାରତୀୟ ଲାଭ ପାଇବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ ।

ଭାରତ ର ପଡେଶୀ ରାଷ୍ଟ୍ରରେ ରହି ନିର୍ଯ୍ୟାତନାର ଶିକାର ହେଉଥିବା ଅଧିବାସୀଙ୍କୁ ଆମ ଦେଶରେ ରହିବାର ସୁଯୋଗ ଦେବା ସହିତ ସେମାନଙ୍କୁ ଆମ ଦେଶର ନାଗରିକତ୍ୱ ପ୍ରଦାନ କରିବା ଉଦ୍ଧେଶ୍ୟରେ ଏଭଳି ଆଇନକୁ କାର୍ଯ୍ୟକାରି କରାଯାଇଛି ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ବିରୋଧୀ ଦଳ ରାଜନୈତିକ ପାଂଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି । ଏହି ସଚେତନତା କାର୍ଯ୍ୟକ୍ରମରେ ଅମିୟ ମାଲିକ, ସୁଦିପ୍ତ ପଣ୍ଡା, ରମେଶ ସାମଲଙ୍କ ସମେତ ବହୁ ବ୍ଲକ ଓ ପଂଚାୟତସ୍ତରୀୟ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

Posted by - January 22, 2020 227
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ସହର…

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା

Posted by - July 10, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ସୋନପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି l…

କୃଷି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

Posted by - August 5, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା କିଷାନ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କଂଗ୍ରେସ…

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

Posted by - April 26, 2019 192
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ସି କିଣାରେ ବ୍ୟାପକ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର.

Posted by - June 27, 2020 0
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ି.ଏମ.ଏଫ. ପାଣ୍ଠିରୁ କିଣା ହୋଇଥିବା ୩୮ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ଗତ କିଛି ଦିନ…

Leave a comment

Your email address will not be published.