ଆରମ୍ଭ ହେଲାଣି ଧାନ ଅମଳ ,ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା

637 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆରମ୍ଭ ହେଲାଣି ଧାନ ଅମଳ । ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା । ଚଳିତ ବର୍ଷ ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତି ନେଇଥିଲେ ହେଁ ଚାଷୀଙ୍କ ନାମ ପଂଜିକରଣ ହୋଇନଥିବାରୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଯାଜପୁର ବ୍ଲକ ତଳିହା ସମବାୟ ସମିତିରେ ଦେଖାଦେଇଛି ଏଭଳି ସମସ୍ୟା । ସମିତିର ୫୮୦ ଜଣ ଚାଷୀଙ୍କ ମଧ୍ୟରୁ ୩୮୦ ଜଣ ଆବେଦନ କରିଥିବା ବେଳେ ମାତ୍ର ୧୩୨ ଜଣ ଚାଷୀଙ୍କ ନାମ ପଂଜିକରଣ ହୋଇଛି । ପଂଳରେ ବାକି ଚାଷୀ ମାନେ ଚଳିତ ବର୍ଷ ଧାନ ବିକ୍ରି କରିବାରୁ ବଂଚିତ ହେବେ ।

ଏହାର ପ୍ରତିବାଦ ରେ ଆଜି ଶତାଧିକ ଚାଷୀ ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । ତୁରନ୍ତ ଚାଷୀଙ୍କ ନାମକୁ ପଂଜିକରଣ କରି ସେମାନଙ୍କ ଠାରୁ ଧାନ ସଂଗ୍ରହ କରିବାକୁ ଦାବୀ କରିଥିଲେ । ସେପଟେ ଏ ନେଇ ତଦନ୍ତ କରାଯିବ ଓ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଏ ଆର ସି ଏସ ର ଅଧିକାରୀ ସୂଚନା ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁର ଆଇ ଆଇ ଏମ ର ନିର୍ଦ୍ଦେଶ

Posted by - October 8, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ଅଧିକ ରୁ ଅଧିକ ପ୍ରଚାର ପ୍ରସାର ପାଇଁ ସଦା ସର୍ବଦା ତତ୍ପରତା ସହକାରେ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, ନେତା ମହଲରେ କୋକୁଆ ଭୟ

Posted by - January 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାର ବିଭିନ୍ନ ପ୍ରଜାତି ରାଜ୍ଯ ତଥା…

ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ନବମ ତମ ରଜ ମହୋତ୍ସବ

Posted by - June 15, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ନବମ ତମ ରଜ ମହୋତ୍ସବ ଶ୍ରୀ. ଶ୍ରୀନିବାସ ପଢ଼ିଆରୀ ଙ୍କ ସମ୍ପାଦନା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ…

ଭୈରବୀ ଡିଗ୍ରୀ କଲେଜରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର…

ଅଜଣା ବୋଲେରୋ ଧକ୍କା ରେ ବାଇକ ଆରୋହୀ ଙ୍କ ମୃତ୍ୟୁ

Posted by - October 1, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୁଟୁପାଲି -ବଘୀଆ ପଡ଼ା ପୂର୍ତ୍ତ ବିଭାଗ ତେତେଲେଙ୍ଗା ଗ୍ରାମ ବାବା ମଠ ନିକଟରେ ଆଜି ସକାଳେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା!କିଛି ପ୍ରମାଣ ନ…

Leave a comment

Your email address will not be published.