ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଆଙ୍କୁଲାସ୍ଥିତ କପିଂ ଅନୁଷ୍ଠାନ ପରିସରରେ ଶିଶୁ ଚାଲାଣ ମୁକ୍ତ ଭାରତ ଶିର୍ଶକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଶିଶୁ ଚାଲାଣ ସମସ୍ୟା ଆଜି ସମାଜର ଏକ ବ୍ୟାଧିରେ ପରିଣତ ହୋଇଛି ବୋଲି ମତ ଦେଇଥିଲେ ।
ଏହାକୁ ରୋକିବା ପାଇଁ ପ୍ରତ୍ୟେକ ନାଗରିକ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଲେ ଏହାକୁ ରୋକାଯାଇପାରିବ ବୋଲି ଅତିଥି ମାନେ ମତ ଦେଇଥିଲେ ନ୍ଦ୍ର୍
Facebook Notice for EU!
You need to login to view and post FB Comments!