କରୋନା ଭାଇରସର ମୁକାବିଲା ପାଇଁ ଓଡିଶାରେ ସତର୍କତା

301 0

ଭୁବନେଶ୍ବର୨୮/୧: ଓଡ଼ିଶାକୁ ଡବଲ ଭୟ । ଏଣେ  ବାର୍ଡ flu ତେଣେ ଚାଇନା କରୋନା ବି ଡରଉଛି । OUAT ଫାର୍ମରେ bird flu ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ରିସର୍ଚ୍ଚ ଫାର୍ମରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ଏଥିରେ ସାମିଲ ହୋଇଥିଲେ ପ୍ରାଣୀ ସମ୍ପଦ ବିଭାଗ। ଏଥିପାଇଁ ଗଠିତ ହୋଇଥିଲା ୧୨ଟି ସ୍ୱତନ୍ତ୍ର ଟିମ୍। ଫାର୍ମ ପରିସରରେ ଏକ ବିଶାଳ ଗାତ ଖୋଳି କୁକୁଡା ମାରିବା ପରେ ଚୂନ, ବ୍ଲିଚିଂ ପାଉଡର ଓ ଲୁଣ ପକାଇ ପୋତାଯାଇଛି। ସେପଟେ ସତର୍କତା ସ୍ୱରୂପ bird flu  କାଳେ ଏଠାରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବ, ସେହି ଆଶଙ୍କାରେ ଓୟୁଏଟି ଫାର୍ମରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁ଼ଡ଼ାଙ୍କୁ ମରାଯାଉଛି।ଦିନକୁ ଦିନ ଘାତକ ହେଲାଣି କରୋନା ଭାଇରସ

କରୋନା ଭାଇରସ ଯୋଗୁ  ଚୀନରେ ଏବେ ସୁଦ୍ଧା ୧୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ସାରା ବିଶ୍ବରେ ୪ ହଜାର ପାଞ୍ଚ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।  ଏଣେ କୋରନା ମୁକାବିଲା ପାଇଁ ଆଜି ବସିଥିଲା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବୈଠକ।ଭାରତରେ ଏବେ ସୁଦ୍ଧା କୌଣସି କରୋନା ପଜିଟିଭ କେସ୍ ଦେଖାଯାଇନାହିଁ। ତେବେ ସତର୍କ ରହିବା ପାଇଁ  ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। କରୋନା ଭୁତାଣୁ ରକ୍ତ ନମୁନା ପରୀକ୍ଷଣ ପାଇଁ NIV ପୁନେ ସମେତ ଦେଶର ୨୦ଟି ଲ୍ୟାବ ଚିହ୍ନଟ କରାଯାଇଛି । ଏଥିରେ  ଓଡ଼ିଶାର RMRC ବି ରହିଛି । କରୋନା ଯାଞ୍ଚ ପାଇଁ ପୂର୍ବରୁ ଦେଶର ୧୯ଟି ବିମାନବନ୍ଦର ଚିହ୍ନଟ ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଭୁବନେଶ୍ୱର ବିମାନବନ୍ଦର ବି ଏହି ତାଲିକାରେ ସାମିଲ ହୋଇଛି । ଚିଲିକାରେ ସଂକ୍ରମଣ ହୋଇଛି କି ନାହିଁ ତାହା ଜାଣିବାକୁ ପୂର୍ବରୁ ନଳବଣରୁ ୩୫ ଓ ଆଖପାଖ ଅଞ୍ଚଳରୁ ୧୨୭୫ ପକ୍ଷୀଙ୍କ ଲାଳ ଓ ମଳ ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ଆଉ କିଛି ବିଦେଶୀ ପକ୍ଷୀଙ୍କ ସାମ୍ପଲ ଫୁଲନଖରା ସ୍ଥିତ ପଶୁ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ଚିଲିକାରେ ପୂର୍ବରୁ ୩ଟି ପର୍ଯ୍ୟାୟରେ ୫୦ରୁ ଅଧିକ ପକ୍ଷୀଙ୍କ ସାଂପୁଲ ପଠାଯାଇଥିବା ବେଳେ ସବୁ ନେଗେଟିଭ ବାହାରିଥିଲା।

Related Post

ପୁଣି ଲଜ୍ଜା। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ।

Posted by - December 14, 2019 278
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଠାବ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ବି ହୋଇଛି।ଶନିବାର…

Leave a comment

Your email address will not be published.