ବିବାହଭୋଜି ଖାଇ ୫୦ରୁ ଉର୍ଦ୍ଧ୍ବ ଗୁରୁତ୍ତର

656 0

ମୟୂରଭଞ୍ଜ: 28/01(ସୀତାରାମ ଦୀକ୍ଷିତ ) ବିବାହଭୋଜି ଖାଇ ୫୦ରୁ ଉର୍ଦ୍ଧ୍ବ ଗୁରୁତ୍ତର ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଘଟଣା ବାରିପଦା ସହରରେ ଦେଖିବାକୁ ମିଳିଛି। ତେବେ ବାରିପଦା ସହର ଅନ୍ତର୍ଗତ ଷ୍ଟେସନବଜାର ଅଞ୍ଚଳରେ ଗତକାଲି ରାତିରେ ଅନୁଷ୍ଠିତ ଝିଅ ବାହାଘରକୁ ବର ଏବଂ ବରଯାତ୍ରୀ ଆସିଥିଲେ ଏହି ସହର ତୁଳସୀଚୌରାରୁ। ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଥିଲା ବାହାଘର। କିନ୍ତୁ ଭୋଜି ହେଲା କାଳ।

ବିବାହ ଭୋଜିରେ ମାଂସ ସହିତ ଆନ୍ୟାନ୍ୟ ଖାଦ୍ୟ ଖାଇ ବରଯାତ୍ରୀ ସମେତ କନ୍ୟା ପକ୍ଷରୁ ଅସୁସ୍ଥ ହେଲେ ୫୦ରୁ ଉର୍ଦ୍ଧ୍ବ ଲୋକ। ଭୋଜି ଖାଇବା ପରେ ଆରମ୍ଭ ହୋଇଥିଲା ପେଟବ୍ୟଥା ଏବଂ ବାନ୍ତି। ଧୀରେ ଧୀରେ ଯନ୍ତ୍ରଣା ବଢିଥିଲା ଏବଂ ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିଥିଲା। ପରେ ସମସ୍ତେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କିଛି ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନେକ ଏବେବି ଚିକିତ୍ସା ଧୀନ ରହିଛନ୍ତି। ତେବେ ଏଭଳି ଅପ୍ରତ୍ୟାଶିତ ଘଟଣା ଫୁଡ଼ ପୋଏଯୋନିଙ୍ଗ କାରଣରୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Facebook Notice for EU! You need to login to view and post FB Comments!

Related Post

ବିଶ୍ୱବିଦ୍ୟାଳୟ ଦାବୀ କୁ ପ୍ରତ୍ୟାଖ୍ୟାନ କଲା ଜିଲ୍ଲା ପ୍ରଶାସନ। ଖେଳ ପଡିଆରେ ଆରମ୍ଭ ହେଲା ଅସ୍ଥାୟୀ ବସଷ୍ଟାଣ୍ଡ

Posted by - December 5, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁରୁଣା ବସଷ୍ଟାଣ୍ଡ କୁ ଭାଙ୍ଗିବା ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ଵବିଦ୍ୟାଳୟ ଖେଳ…

ଟିକାକରଣକୁ ନେଇ ଷଣ୍ଢପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Posted by - May 12, 2021 0
ବାରଙ୍ଗ:( ସନ୍ତୋଷ ରାଉତ)ବାରଙ୍ଗଥାନା ଷଣ୍ଢପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୮ରୁ ୪୪ବର୍ଷର ବ୍ୟକ୍ତି ମାନଙ୍କୁ ବୁଧବାର ସାଢେ ୧୦ଟା ବେଳେ ଟିକା ନେବାକୁ ଆସି ଧାଡିରେ ଛିଡା…

ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

Posted by - May 30, 2021 0
ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:କହିଲେ ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି

Posted by - February 18, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର…

ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରା

Posted by - May 19, 2022 0
ଭୁବନେଶ୍ବର(ବ୍ୟୁରେ।):ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ମଣ୍ଡପ ତଳେ ଛିଡା ହୋଇ…

Leave a comment

Your email address will not be published.