Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଜଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଚୋରି

29 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ )ଭବାନୀପାଟଣା ସହରର ୱଆର୍ଡ ନମ୍ବର ଦୁଇ ଅନ୍ତର୍ଗତ ଜଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି lଅଭିଯୋଗ ଅନୁଯାୟୀ ଜଳେଶ୍ୱର ସରକାରୀ ପ୍ରାଥମିକ ଵିଦ୍ୟାଳୟର ରୋଷେଇ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ରଖାଯାଇଥିବା ଅସବlପତ୍ର ଚୋରି କରି ନେଇ ଯାଇଛନ୍ତି l ରାତ୍ରିର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ସେଠାରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ଥାଳି ମଧ୍ୟ ନେଇ ଯାଇଛନ୍ତି l

ବିଦ୍ୟାଳୟ ଖୋଲିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷୟିତ୍ରୀ, ରୋଷେୟା ରୋଷଇ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜାଣି ପାରିଥିଲେ l ଏହି ଚୋରି ସମ୍ପର୍କରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରଦା ରଥ ବିଦ୍ୟାଳୟ ପରିଚାଳନା ସମିତି, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଭବାନୀପାଟଣା ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରୁ ଦୁଇଥର ଚୋରି ହୋଇ ଥିଲା l ଏହି ଚୋରି ଘଟଣାର ତଦନ୍ତ କରି ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପୋଲିସ ପେଟ୍ରୋଲିଙ୍ଗ କଡା କୁଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

Related Post

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କେସିଙ୍ଗା କଶୃପଡା ପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଆଗମନ,ହଜାର ହଜାର ଭକ୍ତଙ୍କ ସମାଗମ

Posted by - May 30, 2023 0
କେସିଙ୍ଗା:(ପ୍ରିତେଶ ପଟେଲ)କେସିଙ୍ଗା ବ୍ଲକ କଶୃପଡା ଗ୍ରାମରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଭଗବାନ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦୀର୍ଘ ଆଠଦିନ ହେଲା ଚାଲିଥିଲା ଭଗବାନଙ୍କ…

ଉତ୍କଳ ଆଲୁମିନର ଦଲାଲ ଥିଲେ ଶବ ଗାଡି ଭିତରେ ,ପହଞ୍ଚି ପାରିଲା ନାହିଁ ଶବ ଗ୍ରାମକୁ

Posted by - January 13, 2023 0
କାଶୀପୁର;(ଅଞ୍ଜନ କୁମାର ନାଏକ)ଉତ୍କଳ ଆଲୁମିନା କମ୍ପାନୀ ଓ ସେହି ଅଞ୍ଚଳର ପୋଲିସ ଦ୍ୱାରା ବାରମ୍ବାର ମାନବାଧିକାର କୁ ହନନ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।ଏହିଭଳି ଏକ…

ମରଣଯନ୍ତା ପାଲଟିଛି ଦାବେରୀ ରାମପୁରଗୁମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

Posted by - May 18, 2023 0
କଳାହାଣ୍ଡି ବ୍ୟୁରୋ :(ନରେନ୍ଦ୍ର ନେଗି)ମରଣଯନ୍ତା ପାଲଟିଛି ଦାବେରୀ ରାମପୁରଗୁମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା, ନିର୍ମାଣର ପାଞ୍ଚ ବର୍ଷ ହେଲା ଥରେ ମଧ୍ୟ ରକ୍ଷଣବେକ୍ଷଣ କି…

ଦିବ୍ୟାଙ୍ଗ ମାନଙ୍କ ଜମି ବେଆଇନ ଭାବେ ହଡ଼ପ କରିଥିବା ଅଭିଯୋଗ

Posted by - July 15, 2023 0
ଭୁବନେଶ୍ବର/କଣ୍ଟାବାଞ୍ଜି/ ବଲାଙ୍ଗୀର :(ନରେନ୍ଦ୍ର ନେଗୀ) ଦିବ୍ୟାଙ୍ଗ ମାନଙ୍କ ଜମି ବେଆଇନ ଭାବେ ହଡ଼ପ କରିଥିବା ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତୁରେକେଲା ବ୍ଲକ…