Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୩

69 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସ୍ଟେଡିୟମ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ସଭାପତିତ୍ଵରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ସଭାପତି , ଜିଲ୍ଲା ପରିଷଦ , କଳାହାଣ୍ଡି ଯୋଗଦାନ କରି ଜିଲ୍ଲାର ସମସ୍ତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ , ଭବାନୀପାଟଣା ଶ୍ରୀ ପ୍ରଦୀପ ନାୟକଙ୍କ ପ୍ରତିନିଧି ଶ୍ରୀ ମନୋଜ ସାହୁ , ଅଧ୍ୟକ୍ଷ ବି.ସି.ସି.ବି , ଭବାନୀପାଟଣା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା , ପ୍ରାଣୀସମ୍ପଦ ନିର୍ଦେଶାଳୟ , କଟକରୁ ଡା: ଅନନ୍ତ ପ୍ରସାଦ ପଣ୍ଡା ଉପ ନିର୍ଦ୍ଦେଶକ ଯୋଗଦାନ କରିଥିଲେ ।

ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ହେମନ୍ତ କୁମାର ପ୍ରଧାନ ସ୍ଵାଗତ ଭାଷଣ ରଖିଥିଲେ । ସେ ତାଙ୍କର ଅଭିଭାଷଣରେ କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ । ସଭାପତି ତଥା ଜିଲ୍ଲାପାଳ , କଳାହାଣ୍ଡି ତାଙ୍କର ଅଭିଭାଷଣ ମାଧ୍ୟମରେ ସମନ୍ଵିତ ଚାଷ ମାଧ୍ୟମରେ କିପରି ଚାଷୀଙ୍କ ଆୟବୃଦ୍ଧି ହୋଇପାରିବ ଏବଂ ଏହା ଦୁଇରୁ ତିନିଗୁଣ ହୋଇପାରିବ ସେଥିପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ , କଳାହାଣ୍ଡି କୁମାରୀ ଦ୍ରୌପଦୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟର ସୁପରିଚାଳନା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଡା: ଅଶୋକ ଚନ୍ଦ୍ର ପଣ୍ଡା , ଡା: ପ୍ରଭାତ ପରିଡା , ଡା: ଦୀପକ ବେହେରା , ଡା: କେଦାରନାଥ ଖମାରୀ , ଡା: ସୌମ୍ୟ ରଞ୍ଜନ ଦାଶ , ଶ୍ରୀମତୀ ପ୍ରଶାନ୍ତୀ ନାୟକ , ଶ୍ରୀ ଚନ୍ଦ୍ରମଣି ଶବର , ଶ୍ରୀ ପ୍ରଦୀପ କୁମାର ଘୋଷ ଇତ୍ୟାଦି ଙ୍କ ଯୋଗଦାନ ପ୍ରଶଂସନୀୟ ।

ଜିଲ୍ଲାର ୧୩  ଗୋଟି ବ୍ଲକରୁ ମୋଟ ୧୦୦୦ ମତ୍ସ୍ୟଚାଷୀ , କୁକୁଡା ଚାଷୀ , ଛେଳିମେଣ୍ଢା ଚାଷୀ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପଞ୍ଜୀକୃତ ହୋଇଥିଲେ । ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ତଥା ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ସହିତ ଜୀବନ୍ତ ପ୍ରାଣୀ – ଗୋରୁଗାଇ , ସାଇୱାଲ ଗାଈ , ଶଙ୍କର ଜର୍ସି , ହୋଲଷ୍ଟିନ ଗାଈ, ହଁସ, ରାଜହଂସ , ଟର୍ପୀ , ଆସିନ କୁକୁଡା , ବାୟୋଫ୍ଲକ ମାଧ୍ୟମରେ ମାଛ ଚାଷ , ପଞ୍ଜୁରୀ ଭିତରେ ମାଛ ଚାଷ , ରଙ୍ଗୀନ ମାଛର ପ୍ରଦର୍ଶନ କରାଯାଇଛି ।

ଏହି ଅବସରରେ ଅଗ୍ରଣୀ ମତ୍ସ୍ୟଚାଷୀ ହିସାବରେ ଶ୍ରୀ କାମଦେବ ପୁଟେଲ, ଲାଞ୍ଜିଗଡ ବ୍ଲକ , ମାଛଚାଷ ରେ ସଫଳତା ପାଇଁ କଲମପୁର ବ୍ଲକ ର ମା ସଙ୍କଟ ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ , ଅଗ୍ରଣୀ ଛେଳି ଓ ମେଣ୍ଢାପାଳକ ହିସାବରେ ଶ୍ରୀ ଟଙ୍କଧର ଯାନୀ, ଜୁନାଗଡ ବ୍ଲକ ଓ ଅଗ୍ରଣୀ ଅଣ୍ଡାଦିଆ କୁକୁଡା ଚାଷୀ ହିସାବରେ ଶ୍ରୀମତୀ ସରୋଜିନୀ ସାହୁ , ଜୁନାଗଡ ବ୍ଲକ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।

Related Post

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ,ଆଭସି ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Posted by - May 9, 2023 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ)୫ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୧୧୫ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ

Posted by - January 25, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ସମ୍ଭାବ୍ୟ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅନେକ ଯୋଗ୍ୟ ହିତାଧୀକାରୀ ଙ୍କୁ…

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

Posted by - October 25, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ ତମ ରାବଣ ପୋଡ଼ି ମହୋତ୍ସବ…

ବୌଦ୍ଧ ଜିଲ୍ଲାରେ ଅନୁକମ୍ପା ରାଶି ପ୍ରଦାନ,୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷ୍ୟ ରୁ ଉର୍ଦ୍ଧ ରାଶି

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତl ରାଶି ର ଏକ କାର୍ଯ୍ୟକ୍ରମ…

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କୁ ହାଟପଦା ପଡ଼ା ବାସୀଙ୍କ ତରଫରୁ ସମ୍ବର୍ଧନା

Posted by - February 21, 2023 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମାଟିର ଗର୍ବ ଗୌରବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କୁ ଆଜି ଟିଟିଲାଗଡ ପୂର୍ତ୍ତ ବିଭାଗ…