ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍ମୃତିଭବନ ପରିସରରେ ଆଂଚଳିକ ପରିବହନ ବିଭାଗ ଦ୍ୱାରା ସପ୍ତାହେ ଧରି ଚାଲିଥିବା ୩୧ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଉଦଯାପିତ ହୋଇଛି । ଏହି ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମିନା , ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଆଂଚଳିକ ପରିବହନ ଅଧିକାରୀ ଉପସ୍ଥିତ ଥିଲେ । ଆବଶ୍ୟକ ହେଲମେଟ ଏବଂ ଗାଡ଼ି ସିଟ ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଦୃତ ଗତି ରେ ଗାଡି ଚଳାଇବା ଏବଂ ମୋବାଇଲ ବ୍ୟବହାର କରୁଥିବା କାରଣରୁ ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବଢୁଛି ।
ସପ୍ତାହେ ବ୍ୟାପି ପରିବହନ ବିଭାଗ ,ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟ ରେ ସଚେତନତା କରାଯାଇଛି । ସଡକ ଦୁର୍ଘଟଣା ରୁ ବଂଚିବା ସହ ନିରାପଦ ଯାତ୍ରା ଲାଗି ଫାଇନ ଦେବା ଅପେକ୍ଷା ଟ୍ରାଫିକ ନିୟମ କୁ ମାନି ଗାଡି ଚଳାଇଲେ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିବ ବୋଲି ଏସପି ସୁଚନା ଦେଇଛନ୍ତିା ଏହି ଅବସରରେ ହାସ୍ୟ ଅଭିନେତା ନଟିଆ ସମସ୍ତ ଙ୍କୁ କମେଡି ମାଧ୍ୟମ ରେ ଟ୍ରାଫିକ ନିୟମ ମାନିବା ଲାଗି ସଚେତନତା ବାର୍ତା ଦେଇଥିଲେ ।