କଣ୍ଟାବାଞ୍ଜି ବ୍ୟୁରୋ:୧୩/୧୦(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ବଡବାଙ୍କି ଗ୍ରାମ ପଂଚାୟତ ମୁରିବାହାଲ ଗ୍ରାମର ଗ୍ରାମବାସୀ କେଶରୀ ଦିପ ପିତା – ଧନକର ଦିପ ଗାଁ ର ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗ ଜବରଦସ୍ତ ନିର୍ମାଣ କରୁଥିବା ଅଭିଯୋଗରେ ତହସିଲ ଅଫିସ୍ ଘେରାଉ କରିଛନ୍ତି। ଏହି ରାସ୍ତା କୁ ଜବର ଦଖଲ କରି ଗୃହ ନିର୍ମାଣ କରୁଥିବାରୁ ଗ୍ରାମବାସୀଙ୍କ ଯିବା ଆସିବା ଘୋର ଅସୁବିଧା ହେଉଛି ।

ଏ ବାବଦରେ ଗ୍ରାମବାସୀ ଗତ ତା, ୧୬.୯, ୨୦୨୩ ତାରୀଖ ଦିନ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବା ସହିତ ସର୍ବ ସାଧାରଣ ରାସ୍ତା ରେ ନିର୍ମାଣ ହେଉଥିବା ଆବାସ ଗୃହକୁ ଉଛେଦ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତହସିଲ କାର୍ଯ୍ୟାଳୟ ତରଫରୁ ସଂପୃକ୍ତ ଆର.ଆଇ. ଅନୁସଂଧାନ କରିବା ପାଇଁ ଯାଇ ସନ୍ତୋଷ ଜନକ ରିପୋର୍ଟ ପ୍ରଦାନ ନ କରିବାରୁ ପୁନଃ କେଶରୀ ଦିପ ନିଜର ଘର ନିର୍ମାଣ କରି ଚାଲିଛନ୍ତି ଯାହା ଭବିଷ୍ୟତରେ ଗ୍ରାମବାସୀଙ୍କ ସର୍ବ ସାଧାରଣ ରାସ୍ତା ସଙ୍କୁଚିତ ହେବାର ସମ୍ଭାବନା ରହିଛି ।

ସଂପୃକ୍ତ କେଶରୀ ଦିପ ୫୦ ରୁ ଉର୍ଦ୍ଧ୍ୱ ଏକର ଜମିର ମାଲିକ ଥିବା ବେଳେ ସେ ସରକାର ସର୍ବସାଧାରଣ ଜମିକୁ ଜବର ଦଖଲ କରି ଘର ନିର୍ମାଣ କରୁଥିବାରୁ ପ୍ରଶାସନର କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀ ତା. ୧୩. ୧୦.୨୦୨୩ (ଶୁକ୍ରବାର) ଦିନ ପୂର୍ବାହ୍ନ ୧୧ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଉଛନ୍ତି ।