
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ସଭା ଗୃହଠାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି ସି )ଡା. ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କନ୍ସଲଟାଣ୍ଟ ଅପଥାମୋଲୋଜୀ ଡା. ସଞ୍ଜିବ କୁମାର କର, ମେଡିକାଲ ଅଧିକ୍ଷକ ମହାନଦୀ ନେତ୍ର ଚିକିତ୍ସାଳୟ ଡା. ଦେବେନ୍ଦ୍ର କୁମାର ସାହୁ, ଏଡମିନିଷ୍ଟାଟର ବିଭୁ ପ୍ରସାଦ ବଳିୟାର ସିଂ, ପବ୍ଲିକ ରିଲେସନ୍ ଅଫିସର୍ ଜି. ଗୋପାଳ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ I
ଅତିଥିମାନେ ବିଶ୍ୱ ଦୃଷ୍ଟି ଦିବସ ର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସଚେତନତା ମାଧ୍ୟମରେ କିପରି ଆଖିର ଯତ୍ନ ନେଇ ଅନ୍ଧତ୍ୱ ଦୂରୀକରଣ ଉପରେ ଆଲୋକପାତ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ I ଏ ବର୍ଷର ସ୍ଲୋଗାନ ହେଉଛି “କର୍ମ କ୍ଷେତ୍ରରେ ଚକ୍ଷୁର ଯତ୍ନ ନିଅନ୍ତୁ “I
ସଭାରେ ମହାନଦୀ ନେତ୍ର ଚିକିତ୍ସାଳୟ ର ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ସଭାରେ 10ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରି ଏକ ରାଲି ସହର ପରିକ୍ରମା କରିଥିଲା I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ I