
କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ନୁନ୍ ମାଠ ଜଙ୍ଗଲ ପାଖରେ ଥିବା ହାଇସ୍କୁଲ ପାଖରେ ଥିବା ଏକ ଗଛ ରୁ କେସିଙ୍ଗା ପୋଲିସ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି ମହିଳା ଜଣକ ନିକଟ ନୁନ ମାଠ ଗ୍ରାମର (କୁନ୍ତୀ ମୁଣ୍ଡା (୪୫) ବର୍ଷ ବୋଲି ଜଣାପଡି ବେଳେ ତାଙ୍କର ଗୋଟିଏ ପୁଅ ଓ ତିନି ଝିଅ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି।
ଏକ ସପ୍ତାହ ହେଲା ସେ ଘରୁ ନିଖୋଜ ଥିଲେ ବୋଲି ପରିବାର ଲୋକ କହିଛନ୍ତି ଏହା ହତ୍ୟା ନା ଆତ୍ମହତ୍ୟା ତାହା ପଷ୍ଟ ହୋଇ ନ ଥିବା ବେଳେ ସେହି ଗ୍ରାମର ଜଣକୁ କେସିଙ୍ଗା ପୋଲିସ ଅଟକ ରଖିଛି ଓ ବଲାଙ୍ଗୀର ରୁ ସାଇନଟିଫିକ ଟିମ୍ ଆସି ତଦନ୍ତ କରୁଥିବା ଜଣାପଡିଛି।