କେସିଙ୍ଗା 🙁 ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ୨୦୦୬ ମସିହାରେ ନିର୍ମିତ ହୋଇ ଥିବା ବସ ଷ୍ଟାଣ୍ଡ ଫଣ୍ଡ ଅଭାବରୁ ସେମିତି ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପ୍ରାୟ ୧୦ ବର୍ଷ ହେଲାଣି ପଡ଼ିରହିଛି।କାହାର ନଜର ପଡୁନି ସେହି ଅର୍ଦ୍ଧ ନିର୍ମିତ ବସ ଷ୍ଟାଣ୍ଡ ଉପରେ।କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ଏକ ପୁରୁଣା ଏବଂ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ସହର ଯେଉଁଠି କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ଜନସାଧାରଣ ବ୍ୟବସାୟ ପାଇଁ ଆସିଥାନ୍ତି। ବସ ଷ୍ଟାଣ୍ଡ ଟି ବିଆର୍ ଜି ଏ ଫ ଓ ଆଇଡି ଏସ ଏମ ଟି ଯୋଜନାରେ ପ୍ରାୟ ଏକ କୋଟି ବତିଶ ଲକ୍ଷ ଟଙ୍କା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ତରଫରୁ ନିର୍ମିତ ହେଇଥିଲା ।

ନିର୍ମାଣ ର ତିନି ବର୍ଷ ପରେ ଉଦଘାଟନ ମଧ୍ୟ ହୋଇ ଥିଲା। ଭଡ଼ା ଦେବା ପାଇଁ ବସଷ୍ଟାଣ୍ଡ ରେ ୧୨ ଟି ଦୋକାନ ଗୃହ ମଧ୍ୟ ତିଆରି ହୋଇଛି ହେଲେ ସେସବୁ ଖାଲି ପଡ଼ିଛି ଫଳରେ ଏନ୍ ଏ ସି ସହିତ ସରକାର ଙ୍କ ର ମଧ୍ୟ ରାଜସ୍ବ ହାନି ହେଉଛି। ହେଲେ ସହରରୁ ଦେଢ଼ ଦୁଇ କିଲୋମିଟର ଦୂର ଓ ନିଛାଟିଆ ଯାଗା ହୋଇ ଥିବା ରୁ ଯାତ୍ରୀ ବସ ଷ୍ଟାଣ୍ଡ କୁ ଗଲେ ନାହିଁକି ବସ ମଧ୍ୟ ବସ ଷ୍ଟାଣ୍ଡ କୁ ଗଲା ନାହିଁ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୮ ମସିହାରେ ସମସ୍ତ ସରକାରୀ ଓ ବେସରକାରୀ ବସ ଗୁଡ଼ାକ ବସ ଷ୍ଟାଣ୍ଡ କୁ ଯିବାକୁ ବାଧ୍ୟ କରାଯାଇ ଥିଲା।

କିନ୍ତୁ କିଛି ଦିନ ପରେ ଯେମିତି କି ସେମିତି ପୁଣି ହେଇ ଥିଲା।କେସିଙ୍ଗା ସହରର ଟ୍ରାଫିକ ସମସ୍ୟା ର ସମାଧାନ ହେଉନଥିବା ବେଳେ ରାସ୍ତା ଉପରେ ବସ ଗୁଡ଼ାକ ଘଣ୍ଟା ଘଣ୍ଟା ଅଟକି ମାଲ ଲୋଡ ଅନଲୋଡ କରୁଥିବା ଦେଖାଯାଉଛି ଫଳ ସ୍ୱରୂପ ପ୍ରତିଦିନ ଛୋଟ ବଡ଼ ଧରଣର ଦୁର୍ଘଟଣା ହେଉଛି ଓ ଏନ୍ ଏଚ ୨୬ ସାଜିଛି କେସିଙ୍ଗା ବସ ଷ୍ଟାଣ୍ଡ। ଅର୍ଦ୍ଧ ନିର୍ମିତ ବସ ଷ୍ଟାଣ୍ଡ ରେ ନିର୍ମାଣାଧୀନ ପିଲର ଗୁଡ଼ିକ ଖରା ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ବେଳେ କାଭା ବସ ରାତ୍ରି ରହଣି ପାଇଁ ବସ ଷ୍ଟାଣ୍ଡ କୁ ବ୍ୟବହାର କରୁଛନ୍ତି।ଅପର ପକ୍ଷରେ ରାଜ୍ୟ ସରକାର ୨୦୨୦-୨୧ ରେ ରାଜ୍ୟ ର ପ୍ରତି ବ୍ଲକ୍ ରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ଥିଲେ ଓ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଓ ଧର୍ମଗଡ କୁ ପ୍ରାୟ ଅଢେଇ କୋଟି ଟଙ୍କା ମଞ୍ଜୁର ହୋଇ ଥିବା ବେଳେ କିନ୍ତୁ ଏଥିରୁ ବାଦ୍ ପଡ଼ିଥିଲା କେସିଙ୍ଗା।କେସିଙ୍ଗା ବସ ଷ୍ଟାଣ୍ଡ ପ୍ରତି ସରକାର ଟିକେ ଦୃଷ୍ଟି ଦେଲେ ସହରର ଜନସାଧାରଣ ଉପୋକୃତ ହେବା ସହିତ ସହର ର ଟ୍ରାଫିକ ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି।