ହରଭଙ୍ଗା: ୦୭/୧୦ (ଚିତ୍ତରଞ୍ଜନ ସିଂହ ହରଭଙ୍ଗା ବ୍ଲକ୍ ପୁରୁଣାକଟକ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ YCDA ଓ BNI ବାଙ୍ଗାଲୋର୍ ଆନୁକୁଲ୍ୟରେ ଚାଲିଥିବା ମନସିକ ଅସୁସ୍ଥ ପାଇଁଐକିକରଣ ଆବାସିକ ଶିବିର ଗତକାଲି ଥିଲା ଉଦଯାପନୀ ଦିବସ। ଏହି ଶିବିର ଟି ଗତ 2 ତାରିଖ ରୁ ଆରମ୍ଭହେଇଥିଲା।

ଉଦଯାପନୀ ଦିବସରେ ଯୋଗ ଦେଇଥିବା ମାନସିକ ରୋଗୀ ଓ ସେମାନଙ୍କ ଯତ୍ନକାରୀ ସମସ୍ତେ ପୁରୁଣାକଟକ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ତାର ଚତୃପାର୍ଶ୍ଵ କୁ ସଫା ସୁତୁରା କରିଥଲେ। ଏଥିପାଇଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ, ଗ୍ଲୋଭସ୍, ଓ ଝାଡ଼ୁ ର ବ୍ୟବସ୍ଥା କରାଯାଇଥିଲା।

ଶେଷରେ ସମସ୍ତ ମାନସିକ ରୋଗୀ ଓ ସେମାନଙ୍କ ଯତ୍ନକାରି ଙ୍କୁ ଗୋଟେ ଗୋଟେ ମିଠା ପ୍ୟାକେଟ ଦେବା ସହିତ ଏକ ବୃକ୍ଷ ପ୍ରଦାନ କରାଯାଇଥିଲା ଓ ଯୋଗଦେଇଥିବା ଡ଼ଃ ରାଜାରାମ ସାର୍ ଓ ରାଜୀବ ସାର୍ ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ଶିବିର କୁ ପାଞ୍ଚ ଦିନ ଧରି ସୁଚାର ରୁପେ ପରିଚାଳନା କରିଥିବା ହରଭଙ୍ଗା ବ୍ଲକ୍ ର ପ୍ରୋଗ୍ରାମ କୋଡ଼ିନେଟର ଗିରିଶ ମହାକୁଡ଼ ଙ୍କୁ ମଧ୍ୟ ସମ୍ମାନୀତ କରାଯାଥିଲା। ଉଦଯାପନୀ ଦିବସ ରେ YCDA ବାଉଁଶୁନି ଓ BNI ବାଙ୍ଗାଲୋର୍ ର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ।