କେସିଙ୍ଗା:୦୭ /୧୦ (ପ୍ରିତେସ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଧିନସ୍ଥ ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଦ୍ରୋଣାଚାର୍ଯ୍ୟ ସ୍କୁଲ ସାମ୍ନାରେ ଏନ୍ ଏଚ ୨୬ କଡ଼ରେ ଥିବା ଦ୍ଵାରିକା ପୁରୀ ଟେକ୍ସଟାଇଲ କପା ମିଲରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶନିବାର ସକାଳେ ମୃତ୍ୟୁବରଣ କରଛି । ମୃତକ ହେଲେ ଚିଚର୍ଲା ଗ୍ରାମର ଆସିକ ସୁନା (୨୧) ବୋଲି ଜଣାପଡିଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜାତୀୟ ରାଜପଥ ୨୬ ଉପରେ ଥ‌ିବା ଚିଚର୍ଲା ଓ କେନ୍ଦୁପଡ଼ା ମଧ୍ୟରେ ଥିବା ଏକ ନୂତନ ଭାବରେ ତିଆରି ହେଉଥ‌ିବା କପା ମିଲରେ ଚିଚର୍ଲା ଗ୍ରାମର କମଳ ସୁନାଙ୍କ ପୁଅ ଆସିକ ସୁନା କାମ କରୁଥିଲେ।

ଶନିବାର ସକାଳ ସମୟରେ କପା ମିଲରେ କାମ କରୁଥିବା ସମୟରେ କୌଣସି ଏକ କଂକ୍ରିଟ ଫଟାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ଚେତା ଶୂନ୍ୟ ହୋଇଥିଲା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଏକ କାର ଯୋଗେ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା କିନ୍ତୁ ଡାକ୍ତର ସମସ୍ତ ଚେକ୍ କଲାପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଶିକ ର ବାପା ମାଆ ସମ୍ବଲପୁର କୁ ଦାଦନ ଖଟି ଯାଇଥିବା ବେଳେ ତାଙ୍କ ଏକ ମାତ୍ର ପୁଅକୁ ହରାଇ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଅନ୍ୟ ପକ୍ଷରେ ଆଶିକ୍ ର ଏକ ମାତ୍ର ଭଉଣୀ ଗାଁ ରେ ରହୁଥ‌ିବା ବେଳେ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭଉଣୀ କପା ମିଲ ନିକଟରେ ଭାଇଙ୍କୁ ଝୁରି ଝୁରି କାନ୍ଦୁ ଥିବାର ଦେଖିବାକୁ ମିଳି ଥିଲା । ଘଟଣାସ୍ଥଳରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହର ଖବର ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଛି । ବାପା ମାଆ ସମ୍ବଲପୁର ରୁ ଆସିବା ପରେ ଶବ ବ୍ୟବଛେଦ ହେଲା ଓ ପରେ ପରିବାର ଵର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଛି।