
କଣ୍ଟାବାଞ୍ଜି ବ୍ୟୁରୋ :୦୬/୧୦(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲବୋମା ଘଟଣାକୁ ଆଧାର କରି ନିର୍ମିତ ମାଇଣ୍ଡଗେମ୍ ଚଳଚିତ୍ର ନ ଲାଗିବାରୁ ହୋହାଲ୍ଲା । ବିଭିନ୍ନ ମାମଲା ଓ ସମସ୍ୟା କାରଣରୁ ଚଳଚିତ୍ର ୫ ବର୍ଷ ପରେ ଆଜି ମୁକ୍ତିଲାଭ କରିଛି। କିଛି ମାସ ତଳେ ଫିଲ୍ମର ଟିଜର୍ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ଅନେକ ପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା।
ଆଜି ଏହି ଚଳଚ୍ଚିତ୍ର ଦେଖିବାକୁ କଣ୍ଟାବାଞ୍ଜି ଆଲିସାନ ସିନେମାହଲରେ ଦର୍ଶକଙ୍କ ଭିଡ ଜମିଥିଲା। ଚଳଚ୍ଚିତ୍ରଟି ଆଜି ଦିନ ୨ଟା ସମୟରେ ସିନେମା ହଲରେ ପଦର୍ଶିତ ହେବାକୁ ଥିଲା। ପ୍ରଥମ ଦିନରେ ନିଜର ଅଞ୍ଚଳ ଘଟଣାକୁ ନେଇ ତିଆରୀ ହୋଇଥିବା ଚଳଚ୍ଚିତ୍ର ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଥିଲା। କିନ୍ତୁ ୩ ଟା ଯାଏଁ ସିନେମା ହଲରେ ଚଳଚିତ୍ର ପ୍ରଦର୍ଶିତ ହୋଇନଥିଲା। ପ୍ରଥମେ ଚଳଚ୍ଚିତ୍ର ସମ୍ବଲପୁରୀ ଭାଷାରେ ସିନେମା ହଲରେ ପଦର୍ଶିତ ହେବାକୁ ଥିଲା ।
୨ଟାରେ ଚାଲିବାକୁ ଥିବା ସିନେମା ୩ ଟା ଯାଏଁ ନ ଚାଲିବା ଓ ସମ୍ବଲପୁରୀ କହି ଓଡିଆ ଭାଷାରେ ସିନେମା ଚଲେଇବାକୁ ନେଇ ସମ୍ବଲପୁରୀ/ କୋଶଲୀ ଭାଷା ପ୍ରେମୀ ଏହାକୁ ବିରୋଧ କରିବା ସହ ନାରାବାଜି କରିଥିଲେ। ଶେଷରେ ଆଲିସାନ ସିନେମା ହଲରେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଚାଲି ପାରଲା ନାହିଁ। ଚଳଚ୍ଚିତ୍ର ଚଳାଇବାରେ ସିନେମାହଲ କର୍ମଚାରୀଙ୍କ ଅବହେଳା ପାଇଁ ଦର୍ଶକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।