
କଣ୍ଟାବାଞ୍ଜି ବ୍ୟୁରୋ: ୦୩/୧୦(ନରେନ୍ଦ୍ର ନେଗୀ)ଆଜି ବି ତୁରେକେଲା ବ୍ଲକ ରେ ଥିବା ଉପାନ୍ତ ଅଞ୍ଚଳ ବଡବାଙ୍କି ପଂଚାୟତ ଚଚରା ମୁଣ୍ଡା ( ବଡକେନ୍ଦୁ) ଅବହେଳିତ ହୋଇ ରହିଛି। ଏହି ଗ୍ରାମରେ ନାହିଁ ଭଲ ରାସ୍ତା ନାହିଁ ଅଛି ପାଣିର ସୁବିଧା ।ରାସ୍ତା ନ ଥିବାରୁ ଅଳ୍ପ ବର୍ଷାରେ ଏହି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଏ। କେହି ଜଣେ ଗୁରୁତର ରୋଗୀ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଯିବାକୁ ହେଲେ ଆମ୍ବୁଲାନ୍ସ ଗ୍ରାମକୁ ଆସି ପାରେ ନାହିଁ ଫଳରେ ରୋଗୀକୁ ମୂଖ୍ୟ ରାସ୍ତା ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତବୋହିକି ନେବାକୁ ପଡ଼ିଥାଏ। ୩୫ ପରିବାରକୁ ମାତ୍ର ଗୋଟିଏ ନଳକୂପ । ସମସ୍ତ ଗ୍ରାମବାସୀ ପାଣି ପାଇଁ ଏହି ନଳକୂପ ଉପରେ ଭରସା କରନ୍ତି ।
ଏହି ନଳକୂପ ଖରାପ ହୋଇ ଗଲେ ପ୍ରାୟ ୧.୫ କିଲୋମିଟର ନଦୀକୁ ଯାଇ ପାଣି ଆଣି ନିତିଦିନ ବ୍ୟବହାର କରନ୍ତି । ଏହି ଗ୍ରାମରେ ରହୁଥିବା ଅନେକ ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଲାଭ ମଧ୍ୟ ପାଇ ପାରି ନାହାଁନ୍ତି। ସମ୍ପୂର୍ଣ ରୂପେ ଦେଖିବାକୁ ଗଲେ ଅନେକ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଚଚରା ମୁଣ୍ଡା ( ବଡକେନ୍ଦୁ) ଗ୍ରାମବାସୀ । ଏହି ଗ୍ରାମରେ ଦୁଇ ଜଣ ଏମିତି ବୃଦ୍ଧା ରହୁଛନ୍ତି ଯେଉଁ ମାନଙ୍କ କେହି ନାହାନ୍ତି , ସେ ଦୁହେଁ ଏକ ଚାଲ ଛପର ଘର କରି ଜୀବନ ବିତାଉଛନ୍ତି।
ଏହି ବିଷୟରେ ଜାଣିବା ପରେ ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅଜିତ ଯୋଶୀ ସେହି ଗ୍ରାମକୁ ପହଞ୍ଚି ସେହି ଗ୍ରାମରେ ରହୁଥିବା ୨ ଜଣ ବୃଦ୍ଧାଂକୁ ଚାଉଳ ସହ କପଡା ଭେଟ କରିବା ସହ ସେହି ଗ୍ରାମରେ ଥିବା ସମସ୍ୟା ନେଇ ଗ୍ରାମ ବାସୀଙ୍କ ସହ ଆଲୋଚନା କରି ସବୁ ସମସ୍ୟାକୁ ଅତିଶିଘ୍ର ଦୂର କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଗ୍ରାମରେ ରାସ୍ତା ନିର୍ମାଣ କରିବା ନେଇ ଅଜିତ ଯୋଶୀ ଆରଡି ସହକାରୀ ଯନ୍ତ୍ରୀ ଏବଂ ଉପ ଜିଲ୍ଲାପାଳ ଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲେ ।