
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ପ୍ରତାପୁର ପଂଚାୟତ ବଣିଆପଲ୍ଲୀ ଗାଁ ର ବାସିନ୍ଦା ବଲ୍ଲବ ନାଇକ(୫୧) । ପ୍ରତାପୁର ଓ କୁଡୁତାଇ ଅଞ୍ଚଳରେ ଖବର କାଗଜ ବାଣ୍ଟି ନିଜ ଗୁଜୁରାଣ ମେଣ୍ଟାଇବା ସହ ବା ସହ ସକାଳୁ ସକାଳୁ ଖବର କାଗଜ ପଂହଚାଇ ଅଞ୍ଚଳ ବାସୀଙ୍କ ଏକ ନିଜର ପାଲଟିଯାଇଥିଲା ।
ସଦା ହାସହସ ମୁଁହ ଓ ସାହାଯ୍ୟକାରୀ ବ୍ୟକ୍ତି ଭାବେ ଖୁବ ପରିଚିତ ବଲ୍ଲଭ ଗତ ଦୁଇ ମାସ ହେବ ପ୍ରଥମେ ଏକ ଦୁର୍ଘଟଣା ଏବଂ ପରେ ଲିଭର ଖରାପ ଓ ଖାଦ୍ୟନଳୀ ର ସମସ୍ୟା ରେ ପଡି ଦୁର୍ବଳ ହୋଇପଡିଥିଲେ ଅର୍ଥ ଅଭାବରୁ ଉତ୍ତମ ଚିକିସ୍ଥା ନ ପାଇ ପାରି ଆଜି ସକାଳ ୭ ଘଂଟିକା ସମୟରେ ସମସ୍ତଂକୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ।
ଦୀର୍ଘ ବର୍ଷ ହେଲା ପ୍ରତାପୁର, କୁଡୁତାଇ ପଞ୍ଚାୟତ ର ବିଭିନ୍ନ ଗାଁ ରେ ଖବର କାଗଜ ବିତରଣ କରି ଆସୁଥିଲେ । ଶେଷ ସମୟରେ ପତ୍ନୀ, ଝିଅ ଓ ପୁଅ ଶରତ ନାଇକ ପାଖରେ ଥିଲେ । ତାଙ୍କ ଆକସ୍ମିକ ବିୟୋଗ ଅନେକଙ୍କୁ ସ୍ତବ୍ଧ କରିଛି ।