
ରାୟଗଡା: ୨୯/୯( ଅଞ୍ଜନ କୁମାର ନାଏକ)ରାୟଗଡା ବନଖଣ୍ଡ ଗୁଡାରି ବନାଞ୍ଚଳ ଅଧିନସ୍ଥ ସିରିଗୁଡା ସେକ୍ସନରେ ବନପାଳ ଭାବେ କାର୍ଯ୍ୟ ରତ ଥିଲେ। ଭୁବନେଶ୍ୱର ସ୍ଥିତ ଆପୋଲୋ ମେଡ଼ିକାଲ ରେ ତାଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିଲା ।ବର୍ତ୍ତମାନ ତାଙ୍କ ବିୟୋଗ ରେ ବନବିଭାଗ ଓ ବନ୍ଧୁବର୍ଗ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଆଜି ଦଶାହ କାର୍ଯ୍ୟକ୍ରମ ରହିଥିବାବେଳେ ବିଭାଗ ର ଉକ୍ତ ସଂଘ ର ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ ଓ ସମ୍ପାଦକ ଶ୍ରୀ ଲାବଣ୍ୟ ମାଝୀଙ୍କ ନେତୃତ୍ୱ ରେ ଅନ୍ୟ ସଦସ୍ୟ ମାନେ ଗୁଣୁପୁର ସ୍ଥିତ ତାଙ୍କ ପୈତୃକ ଗୃହ ରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଓ ସ୍ବର୍ଗତ ମହାପାତ୍ର ଙ୍କର ଅନୁପସ୍ଥିତି ରେ ଯାହା ନଥିପତ୍ର ରେ ଆବଶ୍ୟକ ପ୍ରକାରେ ସଂଘ ସହାୟକ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି । ସେ ଦୀର୍ଘଦିନ ଧରି ସିରିଗୁଡା ବନ ବିଭାଗ ରେ କାର୍ଯ୍ୟରତ ଥିବା ବେଳେ ମୃତ୍ୟୁର କିଛିଦିନ ପୂର୍ବରୁ ସେ ଅସୁସ୍ଥ ଥିଲେ ।
ତାଙ୍କ ଦେହ ଅସୁସ୍ଥ ହେତୁ ଭୁବନେଶ୍ୱର ଆପୋଲୋ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ କୌଣସି କାରଣ ରୁ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ବଢ଼ିବାରେ ଲାଗିଲା ପୁଣି ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅନ୍ତିମ ସମୟରେ ସ୍ତ୍ରୀ ରାଧାରାଣୀ ମିଶ୍ର ସମେତ ଦୁଇ ପୁଅ ଚିନ୍ମୟ ମହାପାତ୍ର ଓ ମଳୟ ମହାପାତ୍ରଉପସ୍ଥିତ ଥିଲେ ।ଆଜି ତାଙ୍କ ବାସ ଭବନ ରେ ସମବେଦନା ଜଣାଇବା ସମୟ ରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା , ଗୈରିଶଙ୍କର ସାହୁ ,ରବିଚନ୍ଦ୍ର ପାତ୍ର,ବାଡ଼ିଚେଟି ଭାସ୍କର,ଇପିଲି ସମେଶ୍ୱର ରାଓ,ସିମାଞ୍ଚଳ ପଟ୍ଟନାୟକ,ରଞ୍ଜିତା ଗଉଡ଼,ପ୍ରମୁଖ ଉପସ୍ଥିତ ଥିଲେ ।