
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍କ୍ରବ ଥାଇପସ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଟିଟିଲାଗଡ଼ ବ୍ଲକ ବାଗଡେର ଗ୍ରାମର ହିମାଂଶୁ ସାହୁ ମୃତ।ସେ ପେଶାରେ ଜଣେ ଅଟୋ ଚାଳକ, ତାଙ୍କର ଦୁଇଟି ଝିଅ। ୩୬ ବର୍ଷ ବୟସରେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ପରିବାର ଛାରଖାର ହୋଇଯାଇଛି।
ପ୍ରଥମେ ଖାସି ସର୍ଦ୍ଦି ହୋଇ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା କରାଇ ଘରକୁ ଫେରି ଆସିଲେ, ତାପରେ କେସିଙ୍ଗା, ଭବାନୀପାଟଣା ଠାରେ ମଧ୍ଯ ଚିକିତ୍ସିତ ହେଲେ, ଶରୀର ସୁସ୍ଥ ନ ହେବାରୁ ଶେଷରେ ଭୁବନେଶ୍ବର ସମ୍ ହସପିଟାଲକୁ ଯାଇ ପରୀକ୍ଷଣ କରିବା ପରେ ସେଠାରେ ସ୍କ୍ରବ୍ ଥାଇପସ ରୋଗ ଚିହ୍ନଟ ହୋଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ଘଟିଥିଲା।
ଶୁକ୍ରବାର ଦିନ ତାଙ୍କ ମର ଶରୀରକୁ ନିଜ ଗାଁକୁ ଆଣି ଶବ ସତ୍କାର କରିଛନ୍ତି। ଯେହେତୁ ପରିବାରର ମେରୁ ଦଣ୍ଡ ଥିଲେ ହିମାଂଶୁ, ଏବେ ତାଙ୍କ ବିୟୋଗରେ ପରିବାର ଅନାଥ ହୋଇଗଲା, ସରକାରୀ ସ୍ଥରରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ସଂଘ ସଭାପତି ଶ୍ରୀ ବୀରବର ସାହୁ ଦାବି କରିଛନ୍ତି।