
ମୁନିଗୁଡା :(ରମାକାନ୍ତ ପୋଡାଳ ) ଅମ୍ବାଦଳା ଅମ୍ଳାଭଟା ଠାରେ ଥିବା ଉଚ୍ଚ ପ୍ରାଥମିକ ମହାବିଦ୍ୟାଳୟ ଅମ୍ବାଦଳା ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତି ର ସରକାରୀ ବିଦ୍ୟାଳୟ ରେ ବିଦ୍ୟାଳୟ ପକ୍ଷରୁ ଆଜି ପେରେଣ୍ଡସ ଆଣ୍ଡ ପାର୍ଟନର ବାର୍ତା ରେ ସମସ୍ତ SC ST ପିଲାମାନଙ୍କର ଶିକ୍ଷା କ୍ଷେତ୍ର ରେ ସ୍ୱାସ୍ଥ୍ୟ ଶାରୀରିକ ଓ ମାନଶିକ କ୍ଷେତ୍ର ରେ ଉନ୍ନତି କରଣ ନିମନ୍ତେ ପରିବାର ର କେଉଁ ସବୁ ସୁବିଧା ବା ପଦ୍ଧତି ଅବଲମ୍ବନ କରୁଛନ୍ତି ତାହା ପିଲାମାନଙ୍କ ପରିବାର ଓ ବନ୍ଧୁ ବାନ୍ଧବ ଙ୍କୁ ସୂଚାଇ ଦେବା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା
ଉକ୍ତ କାର୍ଯ୍ୟକ୍ରମ ରେ ଅମ୍ବାଦଳା ଅମ୍ଲାଭଟା ପଞ୍ଚାୟତ ର ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସୀମା ପାତ୍ର ମୁଖ୍ୟ ଅଥିତି ଭାବେ ଉପସ୍ଥିତ ରହିଥିଲେ ଏବଂ ସାମନ୍ତ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ କବିରାଜ ପ୍ରଧାନ, ଅମ୍ଲାଭଟା ସି. ଆର. ସି. ଅକ୍ଷୟ ରତ, ଅମ୍ଲାଭଟା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୁରୁବାରୀ ଭୋଇ, ଅମ୍ଲାଭଟା ପଞ୍ଚାୟତ ନାଏବ ସରପଞ୍ଚ ସୁଭାଷ ମାଝୀ, ପି.ଜି.ଟି.ସୁମିତ୍ରା ମିଶ୍ର, ବିଦ୍ୟାଳୟ ର ସଭାପତି ଶ୍ରୀ ବିଧୁର ପାଲକିଆ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୋବିନ୍ଦ ଶବର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏବଂ ଅମ୍ବାଦଳା ଅଞ୍ଚଳ ର ସମସ୍ତ ଅଙ୍ଗନବାଡି କେନ୍ଦ୍ର ର କର୍ମକର୍ତ୍ତା ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ
ଉକ୍ତ କାର୍ଯ୍ୟକ୍ରମ ରେ ପିଲାମାନଙ୍କର ବିକାଶ କ୍ଷେତ୍ର ରେ ସରକାର କେଉଁ ସବୁ ସୁବିଧା ଓ ସୁଯୋଗ ଜଗାଇଦେଉଛନ୍ତି ଏବଂ ପରିବାର ମଧ୍ୟ୍ୟ ପିଲାମାନଙ୍କୁ ବିଦ୍ୟାଳୟ କୁ ଯାଇ ଜ୍ଞାନ ଅର୍ଜୁନ କରିବାକୁ ଦେଲେ କେଉଁ ସବୁ ପଦତି ପରିବାରକୁ ଅବଲମ୍ବନ କରିବାକୁ ହେବ ବା ଦାୟିତ୍ୱ ନେବାକୁ ହବ ତାହା ସେମାନଙ୍କୁ ସୂଚାଇ ଦିଆଯାଇଥିଲା ଏବଂ ପିଲାମାନଙ୍କୁ ଉତ୍ସାୟିତ କରିବା ପାଇଁ ବିଭିନ୍ନ ନାଚ ଗୀତ ଓ କଳା ସମ୍ବନ୍ଦୀୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ରହିଥିବା ସମସ୍ତ ପେରେଣ୍ଡସ ପାଇଁ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାଇବା ପିଇବା ର ଆୟୋଜନ କରଯାଇଥଲା