
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଳକ ଗାଁ ସାଥି ମେଟ ସଙ୍ଘର ଏକ ଜରୁରି କାଳୀନ ବୈଠକ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଜଳଧର ଧରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଟିଟଲାଗଡ ବ୍ଲକର ୨୪ ଟି ଗ୍ରାମ ପଞ୍ଚାୟତରୁ ୧୫୦ ଗାଁ ସାଥି ( ମେଟ୍ ) ଉପସ୍ଥିତ ଥିଲେ । ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୦୮ ମସିହାରେ ଚିଠି ନଂ.୪୩୨୪ ତା.୩୦/୦୧/୨୦୦୮ ମନରେଗା ଯୋଜନାରେ ଏକ ନିଯୁକ୍ତି ବାହାରିଲା ଏବଂ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଦୁଇଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆଗଲା କିନ୍ତୁ ଦୁର୍ଭାଗ୍ୟର କଥା ଯେ ସରକାରଙ୍କୁ ବାରମ୍ବାର ଯଣାଇଲାପରେ ମଧ୍ୟ ଦରମାର କିଛି ଫଳପ୍ରଦ ହେଲାନାହିଁ ଯେତେଦିନ କାମ ଚାଲିବ ଦୈନିକ ମଜୁରୀ ଆକାରରେ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି।
ଏହି ବୈଠକରେ କିଛି ଦାବି ବିଷୟରେ ଆଲୋକପାତ କରାଯାଇଥିଲା ସେ ଗୁଡିକ ହେଲା ୧- ଟିଟିଲାଗଡ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ଏବଂ ସରକାର ଜବକାର୍ଡ ଧାରି ଶ୍ରମିକଙୁ ୩୦୦ ଦିନର କାମ ଦେବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ବ୍ଲକ ପ୍ରଶାସନ ଓ ଜେ.ଇ ମାନେ ଚାହୁଁନାହାଁନ୍ତି ଯେ ଗାଁର ଉନ୍ନତି ହେଉ ବୋଲି ମନରେଗା ଯୋଜନାରେ ବନ୍ଧ.ଚେକଡ଼େମ.ରାସ୍ତା. ଜମିନ ଉନ୍ନତି କରଣ.କୂପ. ସୋପିଟ ଏହି ସବୁକାମ ପାଇଁ ଲୋକେ ପଞ୍ଚାୟତରେ ଆବେଦନ କରୁଛନ୍ତି କିନ୍ତୁ ଫାଇଲ ହେଇପାରୁ ନାହିଁ ।
ଏଣୁ ପ୍ରତେକ ଗ୍ରାମରୁ ଲୋକ ଦାଦନ ଯାଉଛନ୍ତି ଏଥି ପାଇଁ ଟିଟିଲାଗଡ଼ ବ୍ଳକ ପ୍ରସାସନ ଦାଇ ରହିବେ,
୨- ମନରେଗା କାମ ରେ ଗାଁ ସାଥି ( ମେଟ୍ ) ଙ୍କୁ ( semi skilled ) ସେମିଷ୍କିଲ ରୁ ଟଙ୍କା ଦିଆଯାଏ ମାତ୍ର secure estimate କଲାସମୟରେ ଜେଇମାନଙୁ କହିବା ସ୍ଵତେ ଗାଁ ସାଥି ଙ ପାଇଁ ଟଙ୍କା estimate ରେ ରଖୁନାହାନ୍ତି।
୩. ମନରେଗା କାମକରି ଆର୍ଥିକ ବର୍ଷ – ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ଅନେକ ଗାଁ ସାଥି ଟଙ୍କା ପାଇନାହାନ୍ତି
୪. ସୁଚନା ଫଲକ ବୋର୍ଡ ର ଟଙ୍କା ମଧ୍ୟ ମିଲିପାରୁନାହିଁ।
୫. ମନରେଗା କାମକୁ ମନମୁଖୀ ଠିକାଦାର ଲଗାଇ ହରିଲୁଟ କରାଯାଉଛି
୬- ବ୍ଲକ ପ୍ରସାସନର ମନମୁଖୀ Nmms registration ବନ୍ଦ କରାଯାଉ
୭- ଟିଟିଲାଗଡ ବ୍ଲକ ଗାଁ ସାଥି ( ମେଟ୍ ) ସଂଘ ତା ୧୨/୦୫/୨୦୨୩ ଦିନ ରେଲି କରି ଉପ-ଜିଲ୍ଲାପାଳ ଙ୍କୁ ଏକ ମେମରିଡମ ଦାବିପତ୍ର ପ୍ରଦାନ କରିଥିଲୁ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସମାଧାନ ହୋଇପାରିଲା ନାହିଁ ଏଣୁ ଆଜି ସମସ୍ତ ଗାଁ ସାଥି ( ମେଟ୍ )ଙ ମତାମତ ଅନୂଯାଇ ଯଦି ସାତ ଦିନ ପଯ୍ୟନ୍ତ ବ୍ଲକ ପ୍ରସାସନ କିଛି ସମାଧାନ ନକରେ ତାହେଲେ ବ୍ଲକ ସଭାପତି ଶ୍ରୀ ଜଲଧର ଧାରୁଆଙ୍କ ନେତୃତ୍ବକ୍ରମେ ଅନିର୍ଦ୍ଦିଷ୍ଟ କାଲ ପାଇଁ ଆନ୍ଦୋଳନ କରାଯିବ ଏହା ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଉପସ୍ଥିତ ୨୪ ଟି ଜିପିର ସତାଧିକ ଗାଁ ସାଥି ଉପସ୍ଥିତ ଥିଲେ
ଜଲଧର ଧାରୁଆ ( ଟିଟିଲାଗଡ଼ ବ୍ଳକ ସଭାପତି )
ରମେଶ ରଣା ( ରାଜ୍ୟ ଉପସଭାପତି
ପରମାନନ୍ଦ ତାଣ୍ଡି ( ଟିଟିଲାଗଡ଼ ବ୍ଳକ ଉପ ସଭାପତି )ଧର୍ମେନ୍ଦ୍ର ବାଗ,ରୋହିତ ବାଗ ,ମୁକେଶ ଛତର,ସତ୍ୟଜିତ ମେହେର,ରାହାସ ବିଶ୍ୱାଇ,ପ୍ରହଲ୍ଲାଦ ପଧାନ,ଜଗବନ୍ଧୁ ବାଗ , ବଇଦ୍ୟ ସାହୁ, ଗୌରୀ ପାତ୍ର, ଧୃବଚରଣ ମାଝୀ,ବିଷ୍ଣୁ ବାଗ ,ମାଧବ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ।