Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

103 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ) ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିବା କବି ଭବାନୀ ଶଙ୍କର ନିଆଲ ସୋମବାର ଦିଲ୍ଲୀରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ତାଙ୍କ ଦ୍ୱାରା ସମ୍ପାଦିତ ‘ମହୁରି’ ପତ୍ରିକା ପ୍ରଦାନ କରିଥିଲେ। ଏହା ବାଦ ସେ ଇଂରାଜୀ କବିତା ସଂକଳନ ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’ ଯାହା ଅନ୍ତର୍ଜାତୀୟ ଲେଖିକା ଆଇରେନ ଡୋରା-କାଭାଡିଆଙ୍କ ଦ୍ବାରା ଅନୁଦିତ, ତାହା ମଧ୍ୟ ଦେଇଥିଲେ।

ସୂଚନା ଥାଉକି ମହୁରି ଦ୍ୱାରା ଜନନାୟକ ପ୍ରସଙ୍ଗରେ ଶ୍ରୀମତୀ ମୁର୍ମୁଙ୍କ ଉପରେ ଏକ କଭର ଷ୍ଟୋରି ପୂର୍ବରୁ ପ୍ରକାଶିତ ହୋଇଥିଲା। ଏହି ସାକ୍ଷାତ ସମୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସେ ଅବଗତ କରେଇଥିଲେ। ରାଷ୍ଟ୍ରପତି ଶ୍ରୀ ନିଆଲଙ୍କ ସାହିତ୍ୟ ସୃଷ୍ଟିକୁ ପ୍ରଶଂସା କରିବା ଶୁଭେଚ୍ଛା ଜଣେଇଥିଲେ। ପ୍ରକାଶଯୋଗ୍ୟ ଯେ ଶ୍ରୀ ନିଆଲ କରୋନା ସମୟରେ ‘ଲକଡାଉନ’ କବିତା ସଂକଳନ ମାଧ୍ୟମରେ ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ।

କବିତାରେ ମୃତ୍ୟୁ ଚେତନାର କଳା ଓ ନାନ୍ଦନିକତା ଯୋଗୁଁ ସେ ସମକାଳୀନ ବିଶ୍ୱ ସାହିତ୍ୟରେ ପାଠକ ମାନଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲେ। କ୍ରମାଗତ ଭାବେ ତାଙ୍କର କବିତା ସବୁ ପୃଥିବୀର ୨୦ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ। ସେ ରାଷ୍ଟ୍ରପତିଙ୍କୁ ଭେଟିବା ଅବସରରେ ତାଙ୍କୁ ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Related Post

କୁକୁଡ଼ା ସହ ଟଙ୍କା ଖାଇଗଲେ, ହେଲେ ପାଞ୍ଚ ବର୍ଷ ପୁରିଲାଣି ଯନ୍ତ୍ରୀ ମହାଶୟ ବିଲ କଲେ ନାହିଁ

Posted by - May 21, 2023 0
ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାଥର ଯନ୍ତ୍ରୀଙ୍କ ଅଦଳ ବଦଳ l ନନ୍ଦ କୂପ ନିର୍ମାଣ କରି ଶ୍ରମିକ ଜଣକ ହନ୍ତସନ୍ତ ! କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା…

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସ୍ବଚ୍ଛତା ଅଭିଜାନ ପାଈଁ ଏକ ଘଣ୍ଟା ଶ୍ରମ ଦାନ କରି ଅଳିଆ ଆବର୍ଜ୍ଜନା ସଫା କଲେ ଅଗ୍ନିଶମ କର୍ମଚାରୀ

Posted by - October 1, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଅକ୍ଟୋବର ଏକ ତାରିଖ ଦିନକୁ ଭାରତର ଜଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଏକ ଘଣ୍ଟା ସକାଳ ୧୦…

ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛନ୍ତି ଅସାମାଜିକ ବ୍ୟକ୍ତି ବିଶେଷ

Posted by - July 29, 2023 0
କାଶୀପୁର :(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଦିନକୁ ଦିନ ଶିକ୍ଷାର ମାନ ଉନ୍ନତି ଦିଗରେ ପାଦ ଦେବାବେଳେ କିଛି ବର୍ଷରୁ ପ୍ରଶାସନ ଓ ରାଜନୈତିକ…

ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ମନ୍ଦିର ର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ପାଇଁ ସମ୍ବଲପୁର ଆରଡିସି ସେକ୍ରେଟାରୀ ଙ୍କୁ ଦାବିପତ୍ର

Posted by - July 7, 2023 0
ଦାବି ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ ଭୁବନେଶ୍ବର /ପାଟଣାଗଡ଼ / ବଲାଙ୍ଗୀର ବ୍ୟୁରୋ:(ନରେନ୍ଦ୍ର ନେଗୀ)ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନି ମନ୍ଦିର ପ୍ରାଙ୍ଗଣରେ ଥିବା ୫୬…

ବଜରଙ୍ଗ ଦଳ ପକ୍ଷରୁ ବୌଦ୍ଧ ବନ୍ଦ

Posted by - April 20, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧବନ୍ଦ ଡାକରା । ସକାଳୁ ସକାଳୁ ବନ୍ଦ ର ପ୍ରଭାବ ବୌଦ୍ଧ ସହର ସମେତ…