ଧର୍ମଗଡ଼ :(ଧହେମନ୍ତ କୁମାର ମାଝୀ)ର୍ମଗତ ଜିଲ୍ଲା ଗଠନ ଦାବି ଗଣଧାରଣା ର ଆଜି ୨୫ ଦିନ ରେ ଧର୍ମଗତ ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତାମାନେ ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କରିଛନ୍ତି। ସବୁପ୍ରକାର ଭିତ୍ତିଭୂମି ଓ ମାନଦଣ୍ଡ କୁ ପୂରଣ କରୁନଥିବାରୁ ଧର୍ମଗତ ଉପଖଣ୍ଡ ଜିଲ୍ଲା ଦାବି ଯଥାର୍ଥ ଓ ଆସନ୍ତା ବିଧାନସଭା ଅଧିବେଶନରେ ସରକାର ଧର୍ମଗତ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା କୁ ଦାବି କରିଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପାଟଯୋଷୀ ସଭା ପରିଚାଳନା କରିଥିଲାବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀ କାନ୍ତ ବାଗ ହେମନ୍ତ କୁମାର ମାଝୀ ଡମ୍ବରୁଧର ଲହଜଲ ଡାକେଶ୍ଵର ଲହଜଲ ଜୟଦରଥ ମହାନନ୍ଦ ରତନ ନାଏକ ଧରଣୀଧର ଧଙ୍ଗଡା ମାଝି ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ପ୍ରତିନିଧି ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡ କୁ ପୂରଣ କରୁଥିବାରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ଓ ଆସନ୍ତା ବିଧାସଭା ଅଧିବେଶନରେ ସରକାର ଧର୍ମଗଡ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ପ୍ରମୁଖ ଜିଲ୍ଲା ଦାବୀ ରେ ଗଣ ଧାରଣାରେ ବସି ଥିଲେ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୫ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।