କାଶୀପୁର ବ୍ଲକ ବିଜେପି ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରାଏ, ନରେନ୍ଦ୍ର ମହାନ୍ତି ଓ ଅଗ୍ରଗ୍ରାମୀକୁ ଖୋଲା ଚେତାବନୀ

44 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେପି ପକ୍ଷରୁ ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଏ ତାଙ୍କ ସହଯୋଗୀ ନରେନ୍ଦ୍ର ମହାନ୍ତିଙ୍କ ସମେତ ସ୍ବେତ୍ସା ସେବୀ ସଂଘଟନ ଅଗ୍ରଗ୍ରାମୀ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ ବିଜେପି ପକ୍ଷରୁ କାଶୀପୁର ଖଣି ଅଞ୍ଚଳରେ ନିରୀହ ଆଦିବାସୀ ହରିଜନ ବର୍ଗର ଲୋକଙ୍କୁ ଖଣି, ସରକାର ଓ କମ୍ପାନୀ ବିପକ୍ଷରେ ଉସୁକାଇ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ବେଳେ ଅଞ୍ଚଳର ବିକାଶରେ ପ୍ରତିବନ୍ଧକ ନୀତି ଅବଲମ୍ବନ କରୁଛନ୍ତି ଏବଂ କାଶୀପୁର ଅଞ୍ଚଳର ବିକାଶ କୁ ପ୍ରାୟୋଜିତ ଭାବେ ନିଜ ସ୍ୱାର୍ଥରେ ତଳିତଳାନ୍ତ କରୁଥିବା ବ୍ୟକ୍ତିଙ୍କୁ ରାୟଗଡା ଜିଲ୍ଲା ତଥା କାଶୀପୁର ଅଞ୍ଚଳରେ ପ୍ରବେଶକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍କା ଓ ଜିଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବ୍ଲକ ବିଜେପି ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନୂତନ ଖଣି ନିଲାମ ପ୍ରକ୍ରିୟା ହେତୁ ୧୦ଗୁଣ ରୁ ୨୫ଗୁଣ ଅଧିକା ରାଜସ୍ୱ ପ୍ରାପ୍ତ ହଇ ପାରିବ ଯାହାଫଳରେ ଏହି ଅଞ୍ଚଳର ଆର୍ଥିକ ଅବସ୍ଥା ସୁଦୃଢ ହେବା ସହ ବିକାଶ ସୁନିଶ୍ଚିତ ହେବ ତେଣୁ ଅଞ୍ଚଳ ବାସୀଙ୍କୁ ଏହାର ବିଚାର କରି ଖଣି ଓ କାରଖାନା କୁ ବିରୋଧୀ ନକରି ସରକାରଙ୍କ ପଦକ୍ଷପକୁ ସ୍ୱାଗତ କରାଯାଉ ବୋଲି ବ୍ଲକ ବିଜେପି ଆଭାନ କରିଛି ,ଏବଂ ଏଥି ପୂର୍ବରୁ ବ୍ଲକ ବିଜେଡି, କଂଗ୍ରେସର ଖଣି, ସରକାର ଓ କାରଖାନା ବିରାଧିଙ୍କ ବିପକ୍ଷରେ ଜାରି ହୋଇଥିବା ସାମ୍ବାଦିକ ବାର୍ତ୍ତାକୁ ବ୍ଲକ ବିଜେପି ସମ୍ବର୍ଦ୍ଧନା କରିଛି ।

କାର୍ଯ୍ୟକ୍ରମ ରେ ବ୍ଲକ ମଣ୍ଡଳ ସଭାପତି ଭରତ ଲେଙ୍କା, ଉମେଶ ଖସଲା,ପ୍ରଶାନ୍ତ ମାଝୀ, ଚନ୍ଦ୍ର ଶେଖର ଖରା, ହରିଷ ମୁଦୁଲି, କୃଷ୍ଣ ପୂଜାରୀ, କୃଷ ଚନ୍ଦ୍ର ଗଉଡ଼ ଓ ଅନ୍ୟ ପ୍ରମୁଖ ନେତୃତ୍ବବୃନ୍ଦ ଉପସ୍ଥିତ ଥିଲେ ।

 

Related Post

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି।

Posted by - January 5, 2019 2
ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି। ଏହାସହ କହିଛନ୍ତି ସାଢେ ୪ ବର୍ଷ…

ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ କଣ୍ଟାମାଳ ଅଞ୍ଚଳ ପରିଦର୍ଶନ

Posted by - January 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଫାସେଡ଼ର ତେଲ ନଦୀରେ ନିର୍ମିତ ହେଉଥିବା ସେତୁ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସତ୍ୟ ରଞ୍ଜନ ସାହୁଙ୍କ ଅଚାନକ କଣ୍ଟାମାଳ…

ଦୁବାଇରେ ଶେଷହେଲା ଓଡିଶା ଇନଭେଷ୍ଟର ମିଟ : ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରେ ଓଡିଶା ଆସିବେ ବଡ ବଡ କମ୍ପାନି :ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ହଜାର କୋଟି ଓ ସୃଷ୍ଟି ହେବ ୧୯ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ

Posted by - June 30, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦୁବାଇରେ ଜୁନ୍ ୨୯ ତାରିଖରେ ଶେଷ ହୋଇଛି ଓଡିଶା ଇନଭେଷ୍ଟଟର ମିଟ-୨୦୨୨ l ରାଜ୍ୟର ବିଭିନ୍ନ କ୍ଷେତ୍ରରେ…

ଆରପାରିରେ ବାଲେଶ୍ବର ଅନନ୍ତପୁର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନୀଳକଣ୍ଠ ଦାସ

Posted by - September 25, 2020 0
ବାଲେଶ୍ବର:ଆରପାରିରେ ବାଲେଶ୍ବର ଅନନ୍ତପୁର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନୀଳକଣ୍ଠ ଦାସ । ସିଏ ଥିଲେ ଜଣେ ପରୋପକାରି,ସଚ୍ଚୋଟ,ସଂଗ୍ରାମୀ ନେତା । ଅନନ୍ତପୁରର ପ୍ରଥମ ଟେଲିଫୋନ କନେକ୍ସନ, ଗୋଷ୍ଠୀ…

ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି

Posted by - April 13, 2019 114
ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପାଦନ ହେଇପାରିଛି।ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ…