ମେଡ଼ିକାଲ ସମ୍ମୁଖରେ ଅସ୍ୱାସ୍ଥ୍ୟକର ପରିବେଶ, ଚିନ୍ତାରେ ରୋଗୀ

26 0

ହରଭଙ୍ଗା :୧୬/୦୯ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଧୀନସ୍ଥ ପୁରୁଣାକଟକ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ କୁଢ଼ କୁଢ଼ ମଇଳା ଆବର୍ଜନା ଜମା ହୋଇଥିବା ଚିତ୍ର ସାମ୍ନା କୁ ଆସିଛି।

ସୁଚନା ମତେ ପୁରୁଣାକଟକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଦୈନଦିନ ଅଞ୍ଚଳ ର ଶହ ଶହ ରୋଗୀ ନିର୍ଭର କରୁଥିବା ବେଳେ, ମେଡ଼ିକାଲ ଭଳିଆ ଏକ ସ୍ଵଚ୍ଛ ନିର୍ମଳ ସ୍ଥାନର ସମ୍ମୁଖ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହେବା ରୋଗୀ ଓ ସାଧାରଣ ଜନତା ଙ୍କ ମନରେ ସ୍ଵଚ୍ଛ ପରିମଳ କୁ ନେ଼ଇ ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି।

ଏହି ସବୁ ଜିନିଷ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତରଫରୁ ସ୍ଵଚ୍ଛ ପରିମଳ ଉପରେ ଦୃଷ୍ଟି ଦେବାର ଆବଶ୍ୟକ ପଡୁଛି। ଅନ୍ୟ ପଟେ ଦେଖିବାକୁ ଗଲେ ପୁରୁଣାକଟକ ହେଉଛି ଏକ ବେପାର ବାଣିଜ୍ୟ ର ପେଣ୍ଠସ୍ଥଳୀ। ଏବଂ ଦୈନଦିନ ଦୋକାନ ମାନଙ୍କରୁ ମଧ୍ୟ ମଇଳା ଆବର୍ଜନା ବାହାରୁଛି।ତେଣୁ ସେଥିପ୍ରତି ମଧ୍ୟ ବଣିକସଂଘ ତରଫରୁ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ମତ ପ୍ରକାଶ ପାଉଛି ।

Related Post

ଜୁନିଅର ନ୍ୟାସନାଲ ଆଥଲେଟିକ୍ସ୍ ଚମ୍ପିୟାନସିପରେ କଳାହାଣ୍ଡି କୁ ଗୌରବାନ୍ବିତ କଲେ ଜୟରାମ

Posted by - September 28, 2022 0
ଭବାନିପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମଧ୍ୟପ୍ରଦେଶର ଭୋପାଲଠାରେ ଅନୁଷ୍ଠିତ ଜୁନିଅର ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଆନଶିପରେ ଭାଗ ନେଇ ଭବାନିପାଟଣା ବିକାଶ ସ୍କୁଲର…

‘ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ” କାର୍ଯ୍ୟକ୍ରମ,ଧବା ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - August 13, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ସମସ୍ତ ନିର୍ବାଚନୀ ମଣ୍ଡଳୀ ଓ ଜିଲ୍ଲା ପରିସଦ ଯୋନ ରେ ନେତୃତ୍ବ କୁ ପ୍ରାଧାନ୍ୟ ଦେଇ ଜିଲ୍ଲା ବିଜେଡି ଦଳର ସୁପ୍ରିମୋଙ୍କ ନିର୍ଧେସ କ୍ରମେ…

ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ହେଲା ନନ୍ଦନ କାନନ

Posted by - April 30, 2021 0
ଭୁବନେଶ୍ବର:(ସନ୍ତୋଷ ରାଉତ )ରାଜ୍ୟରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ ଭୟର ବାତାବରଣ । ତେବେ ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ…